www.samajalive.in
Thursday, December 11, 2025
14.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ୮ ବର୍ଷରେ ହେଲେଣି ୯ ଶିଶୁ ପୋଷ୍ୟ

ବୌଦ୍ଧ: ବୌଦ୍ଧଜିଲ୍ଲାରେ ଆଠ ବର୍ଷରେ ହେଲେଣି ୯ ଶିଶୁ ପୋଷ୍ୟ । ଅନିଛାତ୍ମକ ଶିଶୁ ଜନ୍ମ ହେବାପରେ ତାକୁ ରାସ୍ତା କଡରେ ପିଙ୍ଗିଦେବା ଭଳି ଅନେକ ଘଟଣା ନଜିର ରହିଛି । ଏହା ସହିତ ଦାରିଦ୍ର‌୍ୟତା ଯୋଗୁଁ ଶିଶୁ ଜନ୍ମ ପରେ ପିତାମାତା ଶିଶୁର ଲାଳନ ପାଳନରେ ସମର୍ଥ ନହେବା କିମ୍ବା କୋମଳମତି ଶିଶୁମାନେ ଦୁନିଆଁ ଚିହ୍ନିବା ପୁର୍ବରୁ ବାପା ମାଆଙ୍କୁ ହରାଇ ବସୁଛନ୍ତି । ଏଭଳି ସନ୍ତାନ ମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଉଛି । ଜିଲ୍ଲାରେ ଏଭଳି ୯ ଗୋଟି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇଥିବା ଜିଲା ଶିଶୁ ସୁରକ୍ଷା ୟୁନିଟ ସୁତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଶିଶୁ ସୁରକ୍ଷା ଆଇନ କଡାକଡି ଭାବରେ ଲାଗୁ କରାଯିବାପରେ ୨୦୧୫ ମସିହାରେ ପ୍ରଥମେ ପରିତ୍ୟକ୍ତ ଅବସ୍ଥାରେ ଏକ ପୁତ୍ର ସନ୍ତାନକୁ ଉଦ୍ଧାର କରାଯାଇଥିଲା । ୨୦୧୭ ମସିହାରେ ଗୋଟିଏ ଝିଅକୁ ଶିଶୁ ସୁରକ୍ଷା ୟୁନିଟକୁ ସମର୍ପିତ କରାଯାଇଥିଲା ।

୨୦୧୮ରେ ସର୍ବାଧିକ ୩ଟି ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ୨୦୧୯ରେ ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ପୁତ୍ର ସନ୍ତାନ ଓ ୨ଜଣ କନ୍ୟା ସନ୍ତାନ ଅଛନ୍ତି । ପୁତ୍ର ସନ୍ତାନଟି ସମର୍ପିତ ଥିବା ଜଣାପଡିଛି । ୨୦୨୧ରେ ଜଣେ ମାତ୍ର ପରିତ୍ୟକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏହି ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଉଦ୍ଧାର କରାଯିବାପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥାଏ । ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସୁବିଧା ନଥିବାରୁ ପ୍ରଥମେ କନ୍ଧମାଳ ଜିଲ୍ଲାର ବାଲିଗୁଡାଠାରେ ଥିବା ବନବାସୀ ସେବା ସମିତି ନିକଟକୁ ପଠାଯାଉଥିଲା । ସେଠାରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସମସ୍ତ ଆଇନକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କୁ ପୋଷ୍ୟ ସନ୍ତାନ ପାଇଁ ଯୋଗ୍ୟ ଲୋକଙ୍କୁ ଦିଆଯାଉଥିଲା । ବର୍ତ୍ତମାନ ସମୟ ଓ ଦୂରତା ଦୃଷ୍ଟିରୁ ସୋନପୁରଠାରେ ଥିବା ଯୁବ ଜ୍ୟୋତି ଯୁବକ ସଂଘ ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଉଥିବା ଜଣାପଡିଛି । ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇଥିବା ଶିଶୁମାନେ ରାଜ୍ୟ ଓ ରାଜ୍ୟ ବାହାରେ ଭଲ ଭାବରେ ରହିଥିବା ଜଣାପଡିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories