www.samajalive.in
Saturday, December 6, 2025
26.1 C
Bhubaneswar

ବୌଦ୍ଧରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବୌଦ୍ଧ: ଆରମ୍ଭ ହୋଇଛି ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା  । ବୌଦ୍ଧ ସହରର ମାଳୀସାହି  ସ୍ଥିତ ଦୁର୍ଗାମଣ୍ଡପ ଠାରେ ମା’ ଦୁର୍ଗାଙ୍କର ନବରାତ୍ର ପୂଜା ସୋମବାର ଠାରୁ ଆରମ୍ଭ ହୋଇଛି । ସ୍ଥାନୀୟ ରାମନାଥ ଯୁବ ସଂସଦ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି ନବରାତ୍ର ପୂଜାରେ ମା’ ଦୁର୍ଗାଙ୍କର ଷୋଡଶ ଉପଚାର ପୂଜା ସହ ପ୍ରତ୍ୟହ ଚଣ୍ଡି ପାଠ କରାଯିବ ।  ପ୍ରତିଦିନ ମା’ ଦୁର୍ଗାଙ୍କ  ଭିନ୍ନ ଭିନ୍ନ ବେଶରେ ପୂଜା ହେବା ସହ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି । ବୌଦ୍ଧ ଗଡଜାତ ସମୟରୁ ରାଜବାଟୀ ଠାରେ ମା’ ଦୁର୍ଗାଙ୍କୁ ମାଳୀ ପୂଜକ ମାନେ ନବରାତ୍ର ପୂଜା କରୁଥିଲେ ।

ରାଜୁଡା  ଶାସନ ପରେ ରାଜବାଟୀ ଠାରେ ହେଉଥିବା ମା’ଙ୍କ ପୂଜା ବନ୍ଦ ହୋଇଯିବା ପରେ ପୂଜକ ମାନେ ମା’ଙ୍କ ଚଳନ୍ତି ପ୍ରତିମାକୁ ରାମେଶ୍ୱର ମନ୍ଦିରରେ ସ୍ଥାପନ କରି ଦୀର୍ଘ ବର୍ଷ ହେଲା ନବରାତ୍ର ପୂଜା ହୋଇଆସୁଛି । ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହଦିନ ମା’ଙ୍କର ଚଳନ୍ତି ପ୍ରତିମା ନଗର ପରିକ୍ରମାରେ ଯାଇଥାନ୍ତି । ଦଶହରା ଦିନ ସହରର ବିଭିନ୍ନ ସାହିରେ ପୂଜା ପାଇଆସୁଥିବା ଦୁର୍ଗାମଣ୍ଡପ ଗୁଡିକରେ ଭେଟ ହୋଇଥାନ୍ତି ।  ମା’ଙ୍କ ଆବାହନ ପୂର୍ବରୁ ବିଲ୍ୱ ବରଣ କରାଯାଇ ଅଷ୍ଟକୋଟି ଦେବାଦେବୀଙ୍କୁ ଆବାହନ ପରେ ଘଟସ୍ଥାପନ କରାଯାଇଥିଲା । ଘଟସ୍ଥାପନ, ନବ ପତ୍ରିକା  ପ୍ରବେଶ ଓ ଚକ୍ଷୁଦାନ ପରେ ମା’ଙ୍କ ଆବାହନ କରାଯାଇ ସପ୍ତସତୀ ଚଣ୍ଡୀ  ପାଠ ସହିତ ହୋମ କରାଯାଇଥିଲା ।

- Advertisement -

ବୌଦ୍ଧରେ ଏହି ମଣ୍ଡପରେ ମା’ଙ୍କ ଆବାହନ ହେଲା ପରେ ସହରରେ ଆଧ୍ୟାତ୍ମିକ  ପରିବେଶ ସୃଷ୍ଟି ହୋଇଥାଏ । ଏହି ପୀଠରେ ମହାଷ୍ଟମୀ ଦିନ ନିଶାରାତ୍ରରେ ବଳିପ୍ରଥା କରାଯାଇଥାଏ । ପୂଜକ ଭାବରେ ପଦ୍ମଚରଣ ମିଶ୍ର, ସଞ୍ଚୟ ଶଙ୍କର ପୁରୋହିତ ଓ କର୍ତ୍ତା ଭାବରେ ସୂର୍ଯ୍ୟନ୍ଦ୍ରେ କୁମାର ଶତପଥୀ ଦାୟିତ୍ୱ ତୁଲାଇ ଥିବା ବେଳେ ରାମନାଥ ଯୁବ ସଂସଦ ସଭାପତି ଶ୍ୟାମସୁନ୍ଦର ବାରିକ, ସଂପାଦକ ସୁଦର୍ଶନ ନାୟକ, ସୁଶୀଲ ପ୍ରଧାନ, ହୋକେଶ ନାଏକ, ପୁରୁଷୋତ୍ତ ମହାକୁଡ, ଅଶ୍ୱିନ ବାରିକ, ପ୍ରତାପ କୁମାର ସାହୁ , ହେମନ୍ତ ନାୟକ ପ୍ରମୁଖ  ଅନୁଷ୍ଠାନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories