ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର କଙ୍କଡାପଥର ପୋଲ ଉପରେ ସମାନ୍ୟ ବର୍ଷା ଯୋଗୁଁ ପୋଲ ଉପରେ ପାଣି ଜମି ରହୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଚାରିଛକ ଠାରୁ କୁଶଙ୍ଗ ପୁର୍ତ୍ତ ରାସ୍ତାରେ ପଡେ କଙ୍କଡାପଥର ପୋଲ। ଏହି ରାସ୍ତା ଦେଇ ପ୍ରତିଦିନ ମହାଲିକପଡା, କୁଶଙ୍ଗ, ଛତରଙ୍ଗ, ହରଭଙ୍ଗା ଓ ଶଙ୍କୁଲୋଇ ପଞ୍ଚାୟତର ଜନସାଧାରଣ ଯିବା ଆସିବା କରନ୍ତି। କିନ୍ତୁ ରାସ୍ତାର ଦୁଇ ପାର୍ଶ୍ବ ଉଚ୍ଚ ଥିବାରୁ ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ପାଣି ଜମି ରହୁଛି। ଫଳରେ ଏହି ପୋଲ ଉପର ଦେଇ ଯିବା ଆସିବା କରୁଥିବା ଲୋକମାନେ ନାହିଁ ନଥିବା ହଇରାଣ ହେବାସହ ଦୁର୍ଘଟଣାର ଶିକାର ହେଉଛନ୍ତି। ପୋଲର କୌଣସି ରକ୍ଷଣାବେକ୍ଷଣ କରାଯାଉନଥିବାରୁ ପୋଲ ଉପରଟି ଖାଲ ହେବା ସହ ପାଣି ଜମି ରହୁଥିବା ଅଭିଯୋଗ ହେଉଅଛି। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି।
Popular Categories



