ବୌଦ୍ଧ : ଆସନ୍ତା ସାଧାରଣ ନିର୍ବାଚନର ଭୋଟ ଦେବାପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲାରେ ଆସନ୍ତା ମେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବୌଦ୍ଧ ଜିଲାର ପ୍ରତ୍ୟେକ ବ୍ୟକ୍ତି ଯେଭଳି ଅଧିକରୁ ଅଧିକ ମତଦାନ କରିପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଇଛି। ମତଦାନ କେନ୍ଦ୍ରକୁ ଯାଇ ନିଜେ ଭୋଟ ଦେବା ସହିତ ଅନ୍ୟମାନେ କିଭଳି ସେମାନଙ୍କ ମତଦାନ କରିପାରିବେ ସେଥିପାଇଁ ସେମାନଙ୍କୁ ଅନୁରୋଧ କରିବାକୁ କୁହାଯାଇଥିଲା।
ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଉପ ଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଗଦାଧର ବାରିକ, ଗୋପାଳ ବେହେରା, ବାପୁନ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପତାଞ୍ଜଳୀ ପରିବାର ଓ ଭାରତ ସ୍ୱାଭିମାନ ଟ୍ରଷ୍ଟର ଭାଇ ଭଉଣୀମାନେ ଯୋଗଦାନ କରି ସଂକଳ୍ପ ଗ୍ରହଣ କରିଥିଲେ।



