www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରକୃତି ଶିବିରରେ ପ୍ରାକୃତିକ ପରିବେଶ ଅନୁଧ୍ୟାନ କଲେ ଛାତ୍ରଛାତ୍ରୀ

ବୌଦ୍ଧ : ଓଡିଶା ସରକାରଙ୍କ ଜଙ୍ଗଲଓ ପରିବେଶ ବିଭାଗ ସହାୟତାରେ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କର ପ୍ରକୃତି ପରିବେଶକୁ ଅତି ନିକଟରୁ ଜାଣିବା ପାଇଁ ଏକ ପ୍ରକୃତି ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ୧୧ ଜଣ , କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଜଣ ଏବଂ ପୁରୁଣା କଟକ ସରସ୍ଵତୀ ଶିଶୁ ମନ୍ଦିରର ୩୦ ଜଣ ଇକୋ କ୍ଲବ ଛାତ୍ରଛାତ୍ରୀ ସେମାନଙ୍କର ଜଣେ ଲେଖାଏଁ ଗାଇଡ୍ ଶିକ୍ଷକଙ୍କ ସହ ଯୋଗଦାନ କରିଥିଲେ । ପ୍ରଥମେ ସେମାନେ ପୁରୁଣା କଟକ ବନାଞ୍ଚଳର ବାରକ୍ଷବଣୀ ଗ୍ରାମ ଠାରେ ଏକତ୍ରୀତ ହୋଇ ଯାଜପୁର ସଂରକ୍ଷିତ ଜଙ୍ଗଲ ଭିତରେ ପଶି ତା ମଧ୍ୟରେ ଥିବା ସମସ୍ତ ଗଚ୍ଛ, ଔଷଧ ବୃକ୍ଷ, ଜୈବ ବିବିଧତା, ଜୀବ ଜନ୍ତୁ ଓ ସେମାନଙ୍କର ପାଦ ଚିହ୍ନ ସବୁ ଅନୁଧ୍ୟାନ କରିବା ସହ ଜଙ୍ଗଲ ପରିସଂସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲେ।

ପରିବେଶ ଓ ପ୍ରକୃତି ବିଶାରଦ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ତଥା ବିଶିଷ୍ଟ ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଏହି ଶିବିର ରେ ଛାତ୍ରଛାତ୍ରୀ ମାନଙ୍କ ସହ ଯାଇ ସେମାନଂକୁ ସବୁ ଗଚ୍ଛ ଚିହ୍ନିବା ସହ ଔଷଧ ବୃକ୍ଷ  ଉପକାରିତା ଓ ବ୍ୟବହାର ସମ୍ଵନ୍ଧରେ ବୁଝାଇଥିଲେ। ସହକାରୀ ବନ ସଂରକ୍ଷକ, ଆଶିଷ କୁମାର କଅଁର, କ୍ଷୀରାବ୍ଧି ପ୍ରଧାନ, ବିମଳ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ। ସମସ୍ତେ ପାହାଡ ଉପରେ ଚଡ଼ି ଯାଜପୁର ଜଳ ଭଣ୍ଡାର ନିକଟରେ ପହଞ୍ଚିଥିଲେ। ସେଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କ୍ୟାମ୍ପ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

- Advertisement -

ସେହି ଜଙ୍ଗଲ ଭିତରେ ସାପକାମୁଡ଼ା ଓ ତାର ପ୍ରତିକାର ଉପରେ ଏକ ତାଲିମ୍ ପ୍ରଦାନ କରାଯାଇଥିଲା ଏଥିରେ ଅନୁଗୁଳ ର ପିପୁଲ ଫର୍ ଏନିମଲ ସଂଗଠନର ମୁଖ୍ୟ ବିପ୍ଳବ ମହାପାତ୍ର ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ । ବନଖଣ୍ଡ ଅଧିକାରୀ ମଧ୍ୟ ସମସ୍ତଙ୍କୁ ଜଙ୍ଗଲର ଉପକାରିତା, ଜଙ୍ଗଲ ନିଆଁ, ବନ୍ୟଜୀବ ଉପରେ ସଚେତନ କରିଥିଲେ କ୍ଷ ଶେଷରେ ସେଠାରେ ସଙ୍ଗୀତ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା କରି ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ସହକାରୀ ବନ ସରଂକ୍ଷକ, ମିନାକ୍ଷୀ କୁମୁରକ୍ଷ ଏବଂ ତାଙ୍କ ସହ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ। ପୁରୁଣା କଟକ ବନାଞ୍ଚଳ ଅଧିକାରୀ ଜୟନ୍ତ ଦାସ ତାଙ୍କ ସହକର୍ମୀ ମାନେ ଏଥିରେ ବହୁ ସହଯୋଗ କରି ଶିବିରକୁ ସଫଳ କରିଥିଲେ।

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories