ବୌଦ୍ଧରେ କଲବଲ କରିଲାଣି ଗ୍ରୀଷ୍ମ, ତାପମାତ୍ରା ୪୩ ଡିଗ୍ରୀ ଉପରେ

ବୌଦ୍ଧ: ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାବେଳେ ବୌଦ୍ଧ ଜିଲାରେ ମଧ୍ୟ ତାପମାତ୍ରା ପ୍ରଚଣ୍ଡ ଭାବେ ବୃଦ୍ଧି ପାଇଛି। ଜିଲାରେ ପ୍ରଚଣ୍ଡ ଖରା ସହ ପ୍ରବଳ ଝାଞ୍ଜୀ ପବନ ବୋହିବା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଆଗକୁ ଆହୁରି ଦୁଇମାସ ଗ୍ରୀଷ୍ମର ପ୍ରଭାବ ଦେଖାଯିବାକୁ ଥିବାବେଳେ ଏବେଠାରୁ ଲୋକଙ୍କୁ କଲବଲ କଲାଣି ଗ୍ରୀଷ୍ମପ୍ରବାହ।

prayash

ବୌଦ୍ଧ ଜିଲାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୩ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ଜାତୀୟ ରାଜପଥ ପ୍ରସସ୍ତିକରଣରେ ଶହ ଶହ ବର୍ଷର ଅନେକ ଗଛ କଟିଯାଇଥିବାବେଳେ ପଥଚାରୀମାନେ ଯାତ୍ରା ସମୟରେ ବିଶ୍ରାମ କରିବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଅଛି। ତେଣୁ ଯାତ୍ରୀମାନଙ୍କ ପାଇଁ ଜାତୀୟ ରାଜପଥ କଡରେ ଥିବା ପ୍ରତ୍ୟେକ ଗ୍ରାମ ନିକଟରେ ଜଳଛତ୍ର ଖୋଲି ଯାତ୍ରୀମାନଙ୍କ ପାଇଁ ପାନୀୟଜଳ ଯୋଗାଇଦେବାକୁ ମଧ୍ୟ ମତପ୍ରକାଶ ପାଉଅଛି। ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଯୋଗୁଁ ଯଦିଓ ଚଳିତବର୍ଷ ଜିଲାରେ ପାନୀୟଜଳର ବିଶେଷ ସଙ୍କଟ ଏପର୍ଯ୍ୟନ୍ତ ପରିଲକ୍ଷିତ ହୋଇନାହିଁ ଆଗକୁ ଗ୍ରୀଷ୍ମ ଅଧିକ ପ୍ରଖର ହେଲେ ଜଳ ଉତ୍ସଗୁଡିକ ଶୁଖିଯିବାର ଆଶଙ୍କା ପ୍ରକାଶ ପାଇଛି।

ବୌଦ୍ଧ ସହରର ଦୈନିକ ବଜାର,କୋର୍ଟଛକ,ମହାନଦୀ ବ୍ରିଜଛକ ସମେତ ପ୍ରାୟ ପ୍ରତ୍ୟେକ ୱାର୍ଡରେ ଏନଏସି ପକ୍ଷରୁ ସ୍ୱତନ୍ତ୍ର ଜଳଛତ୍ର ଖୋଲାଯାଇ ପାନୀୟଜଳ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସେହପରି ଗ୍ରାମାଞ୍ଚଳରେ ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଅନେକ ଗ୍ରାମକୁ ପାଇପ ଲାଇନ ବିଛା ସରିଥିଲେ ମଧ୍ୟ ପାନୀୟଜଳ ଠିକ୍ ଭାବରେ ଯୋଗାଣ ହୋଇପାରୁନଥିବା ଅଭିଯୋଗ ହେଉଅଛି। ତେଣୁ ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସକାଳ ୧୦ ଟା ପରେ ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୂପ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି। କିନ୍ତୁ ଯାତ୍ରୀବାହୀ ଗାଡି ଗୁଡିକରେ ଅଂଶୁଘାତର ମୁକାବିଲା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଦେଖାଯାଉନାହିଁ। ତେଣୁ ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି।

kalyan agarbati

Comments are closed.