www.samajalive.in
Sunday, December 7, 2025
16.1 C
Bhubaneswar

ଜିଲାସ୍ତରୀୟ ଧାନକ୍ରୟ ବୈଠକ: ଡିସେମ୍ବର ୧୨ ରୁ କଣ୍ଟାମାଳ ଓ ୧୯ରୁ ବୌଦ୍ଧ ଓ ହରଭଙ୍ଗାରେ ଖୋଲିବ ମଣ୍ଡି

ବୌଦ୍ଧ : ବୌଦ୍ଧ ଜିଲାସ୍ତରୀୟ ଧାନକ୍ରୟ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୧୨ ତାରିଖରୁ ଜିଲାର କଣ୍ଟାମାଳ ବ୍ଲକରେ ଓ ୧୯ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଧାନମଣ୍ଡି ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୧୭,୯୪,୧୧୭,୬୫ କୁଇଣ୍ଟାଲ ଧାନକ୍ରୟ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ କୌଣସି ଚାଷୀ କିମ୍ବା ମିଲର ଯେପରି କ୍ଷତିଗ୍ରସ୍ତ ନହେବେ ତେଣୁ ମଣ୍ଡି ଗୁଡିକରେ ଏଫଏକ୍ୟୁ ମାନର ଧାନ କିଣାକୁ କଡାକଡି ଭାବରେ ଲାଗୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ପ୍ରତିବର୍ଷ ମିଲରମାନେ ଚାଷୀମାନଙ୍କ ଧାନକୁ ନିମ୍ନ ମାନର କହି କଟନି ଛଟନୀ କରୁଥିବା ଅଭିଯୋଗ ହୋଇଆସୁଥିବାବେଳେ ମିଲର ସଂଘ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଦେଲେ ସେମାନେ ନିର୍ଦ୍ଧାରିତ ମୂଲ୍ୟ ଦେବାରେ କୌଣସି ସମସ୍ୟା ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ଚଳିତବର୍ଷ ଏହା ଉପରେ ଗୁରୁତ୍ୱ ଦେବାକୁ ଓ ମଣ୍ଡିରେ ଧାନର ମାନ ପରୀକ୍ଷାକୁ କଡାକଡି କରିବାକୁ ଜିଲାପାଳ ଶ୍ରୀସ୍ୱାଇଁ ପରାମର୍ଶ ଦେଇଥିଲେ। ତେଣୁ ଚାଷୀମାନେ ଏଫଏକ୍ୟୁ ମାନ ଅନୁଯାୟୀ ଧାନ ପ୍ରଦାନ କରିବେ ଓ ସେହି ଅନୁଯାୟୀ ନିର୍ଦ୍ଧାରିତ ମୂଲ୍ୟ ପାଇବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।

- Advertisement -

ସେଥିପାଇଁ ଏଫଏକ୍ୟୁ ମାନ ନିର୍ଣ୍ଣୟ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ ବ୍ୟବସ୍ଥା ଓ ଯନ୍ତ୍ରପାତି ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ଜିଲାରେ ୪୫୧୪୮ ଜଣ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଂଜିକୃତ କରିଛନ୍ତି । ଫଳରେ ଜିଲାରେ ନୂତନ ଭାବରେ ୨୬୬୦ ଜଣ ନୂତ୍ତନ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଂଜିକୃତ କରିଥିବା ଜଣାଯାଇଛି। ସେହିପରି ଚଳିତବର୍ଷ ଅନୂକୁଳ ପାଣିପାଗ ଯୋଗୁଁ ଜିଲାରେ ରେକର୍ଡ ଧାନ ସଂଗ୍ରହ ହେବାର ଲକ୍ଷ ରଖାଯାଇଥିବାବେଳେ ଚାଷୀମାନେ ଯେପରି ଅଭାବି ବିକ୍ରିର ସମ୍ମୁଖିନ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲାରେ ମିଲରମାନଙ୍କ ଧାନ ସଂଗ୍ରହ କ୍ଷମତା ବୃଦ୍ଧି ଘଟିଥିବାବେଳେ ବାହାର ମିଲରମାନଙ୍କୁ ଧାନ କିଣାରେ ସୁଯୋଗ ନଦେବାକୁ ମିଲର ସଂଘ ପକ୍ଷରୁ ବୈଠକରେ କୁହାଯାଇଥିଲା । ମିଲରମାନେ ଠିକ୍ ସମୟରେ ଧାନମଣ୍ଡିରେ ଗାଡି ପହଞ୍ଚାଇବା ନେଇ ବୈଠକରେ ପ୍ରତିଶୃତି ଦେଇଥିଲେ।

ମିଲରମାନଙ୍କ ପକ୍ଷରୁ ଧାନମଣ୍ଡିରେ ଲୋଡିଂ ଖର୍ଚ୍ଚ ଓ ବସ୍ତା ବଦଳ ନେଇ ରହିଥିବା ସମସ୍ୟା ସଂପର୍କରେ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିପାଇଁ ନିର୍ଦ୍ଦିଷ୍ଟ ସରକାରୀ ଗାଇଡଲାଇନ ଥିବାରୁ ବୁଝାମଣା ଭିତିରେ ଏହାକୁ ସମାଧାନ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀ ଓ ମିଲର ସଂଘ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଗତବର୍ଷ ଜିଲାରେ ୪୨ ଗୋଟି ସେବା ସମବାୟ ସମିତି ସମେତ ୫୪ ଗୋଟି ମଣ୍ଡି ଜରିଆରେ ଧାନ ସଂଗ୍ରହ କରାଯାଇଥିବାବେଳେ ଚଳିତବର୍ଷ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ୬ଟି ମଣ୍ଡି ଖୋଲିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଧାନକିଣାରେ ଆଗ୍ରହୀ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଏଥିପାଇଁ ଆଗ୍ରହୀ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତ ତାଲିମ ବ୍ୟବସ୍ଥା କରିବାକୁ ଜିଲାପାଳ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ସମବାୟ ସମିତି ଗୁଡିକରେ ଚାଷୀମାନଙ୍କଠାରୁ ସଂଗୃହୀତ ଧାନ ଗଛିତ ରଖିବା ପାଇଁ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା ,ତାରପୋଲିନ,ପାନୀୟଜଳ ଆଦି ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛିି। ଧାନ କିଣାକୁ ଜିଲାରେ ସୁବ୍ୟବସ୍ଥିତ ଭାବରେ କରିବା ସହିତ ଚାଷୀମାନଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ବୌଦ୍ଧ ବିଧାୟକ ପ୍ରତିନିଧି ଶିତାଂଶୁ ମହାକୁ.ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ମିଲ ମାଲିକ ସଂଘ ସଭାପତି ଅଶୋକ କୁମାର ଅଗ୍ରୱାଲା,ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଂସଦା,ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଦୀପ୍ତିରେଖା ପ୍ରଧାନ ଓ ଜାନକୀ ଭୂଷଣ ହାବଡାସିଂହ,ଏଆସିଏସ ହାଡିବନ୍ଧୁ ମହାକୁଡ,ଆରଏମସି ସଂପାଦକ, ମିଲ ମାଲିକ ସଂଘ ପ୍ରତିନିଧି ଶଙ୍କର ମେହେର,ନିଳକଣ୍ଠ ମହାନ୍ତିଙ୍କ ସମେତ ଚାଷୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories