www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର 

ବୌଦ୍ଧ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତପସ୍ୱିନୀ ପରିବାର ବୌଦ୍ଧ ପକ୍ଷରୁ ଏକ ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି କ୍ଷ ଅନୁଷ୍ଠାନର ଜ଼ିଲ୍ଲା ସଂଯୋଜିକା ଗୀତାରାଣୀ ରାୟଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜ଼ିଲା ସଂଘ ଚାଳକ ସୂର୍ୟ୍ୟକାନ୍ତ ଦଳବେହେରା ଯୋଗଦେଇ ଥିଲେ।

କାର୍ୟ୍ୟକ୍ରମରେ ପ୍ରାକୃତିକ ଚିକିତ୍ସା ପରାମର୍ଶ ଦାତା ଭାବେ ଆରୋଗ୍ୟ ଭାରତୀର ରାଜ୍ୟ ସଂଯୋଜକ ତଥା ପ୍ରାକୃତିକ ଚିକିତ୍ସକ ଯୁଧିଷ୍ଠିର ନାୟକ ଯୋଗଦେଇ ପ୍ରାକୃତିକ ଚିକିତ୍ସା ଉପାୟରେ କିପରି ଶରୀରକୁ ସୁସ୍ଥ ରଖାଯାଇ ପାରିବ ଓ ନିରାମୟ ଜୀବନଯାପନ କରିହେବ ସେ ସମ୍ପର୍କରେ ଉପସ୍ଥିତ ମାତୃ ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସରିତା ମେହେର ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ କ୍ଷ ଅନୁଷ୍ଠାନ ପକ୍ଷରୁ ବବିତା ପ୍ରଧାନ, ଦିପ୍ତିରାଣୀ ଷଡ଼ଙ୍ଗୀ, ମିନିତା ଦଳବେହେରା, ରଂଜିତା ମିଶ୍ର, ପୁଷ୍ପାଞ୍ଜଳି ସାହୁ, ରଶ୍ମିତା ପରିଡା, ସୌଦାମିନୀ ପାଲ, ଜ୍ୟେଷ୍ଣା ମିଶ୍ର, ସୁନିତା ସାହୁ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories