www.samajalive.in
Thursday, December 11, 2025
16.1 C
Bhubaneswar

ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ପୃଷ୍ଟିକର ମାସ ପାଳନ 

ବୌଦ୍ଧ / କଣ୍ଟାମାଳ : କଣ୍ଟାମାଳ ବ୍ଲକ ରେଙ୍ଗାଲି ଗ୍ରାମପଂଚାୟତ ଅନ୍ତର୍ଗତ ସାନଛେପ।ପାଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପୃଷ୍ଟିକର ମାସ ପାଳିତ ହୋଇଯାଇଛି। ଆୟୋଜିତ ବୈଠକରେ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ପାଢ଼ୀ ଯୋଗଦେଇ ମହିଳା ଓ ଶିଶୁ ମାନଙ୍କର ଯତ୍ନ ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ ସୂଚନା ଦେବା ସଙ୍ଗେ ସଙ୍ଗେ ମହିଳା ଓ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟର ଗୁଣବତ୍ତା ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ। ସାନଛେପ।ପାଲୀ ଗ୍ରାମର ଅଙ୍ଗନୱାଡି କର୍ମୀ ସୋଭାଗିନୀ ପାଢ଼ୀ ଗର୍ଭବତୀ ମହିଳା କେମିତି ପ୍ରକାରେ ଏକ ସୁସ୍ଥ ଶିଶୁଙ୍କୁ ଜନ୍ମ ଦେବା ନିମନ୍ତେ ପୃଷ୍ଟିକର ଖାଦ୍ୟସାର ରହିଥିବା ଖାଦ୍ୟ ଗ୍ରହଣ କରିବାକୁ ଉପସ୍ଥିତ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ଅଙ୍ଗନବାଡି କର୍ମୀ କୁମାରୀ ସବ୍ୟ।ରାଣୀ ତରିଆ ଆଶାକର୍ମୀ ସୁଷମା ଦ୍ୱାରି ଆଶାକର୍ମୀ ରୀନା ମାହାର ଅଙ୍ଗନବାଡି ସହାୟିକା ସହଯୋଗ କରିଥିଲେ । ଆୟୋଜିତ ବୈଠକରେ ରେଙ୍ଗାଲି, ସାନଛେପ।ପାଲୀ , ଗମ୍ଭାରୀପଦର, ଟିକିରାପଡା, ଚାରପାଲି ଗ୍ରାମର ମହିଳା ଓ ଶିଶୁ ମାନେ ଯୋଗ ଦେଇଥିଲେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories