www.samajalive.in
Monday, December 8, 2025
14.1 C
Bhubaneswar

ଦାୟିତ୍ୱ ଗ୍ରହଣ ପରେ ଉପାନ୍ତ ଅଞ୍ଚଳରେ ଜିଲାପାଳ

ହରଭଙ୍ଗା : ବୌଦ୍ଧର ନୂତନ ଜିଲାପାଳ ଭାବେ ଜେ. ସୋନାଲ ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣର ୧୨ଘଣ୍ଟା ନପୂରୁଣୁ ଜିଲାପାଳ ଗୁରୁବାର ସକାଳୁ ସକାଳୁ ହରଭଙ୍ଗା ବ୍ଲକର ଉପାନ୍ତ ପଞ୍ଚାୟତ ମହାଳିକପଡାରେ ପହଞ୍ଚିଛନ୍ତି। ସେଠାରେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ପରେ ଉପାନ୍ତ ଗ୍ରାମ ସାତଖଣ୍ଡ, କୁଟିବାରୀ, ହିଞ୍ଜଳ ଭଳି ତିନୋଟି ଗାଁରେ ସିଧାସଳଖ ପହଞ୍ଚିଛନ୍ତି। ଲୋକଙ୍କ ମୌଳିକ ସମସ୍ୟା ରାସ୍ତା, ଘାଟ, ପାଣି, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁସ୍ୱାସ୍ଥ୍ୟ କାର୍ଡ, ଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଛେଳିଚାଷ ଆଦି ବିଷୟରେ ଆଲୋଚନା କରିଛନ୍ତି। ଉପାନ୍ତ ଅଞ୍ଚଳରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହିଞ୍ଜଳ ପ୍ରଧାନ ସାହି ପୋଲ, କୁତିବାରୀ, ସାତଖଣ୍ଡ ଗ୍ରାମର ୩୫ଜଣଙ୍କୁ ମିଳିଥିବା ସରକାରୀ ଜମି ଚିହ୍ନଟ ଦିଗରେ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ସହିତ ସାତଖଣ୍ଡରେ ଏକ ସରକାରୀ ହାଇସ୍କୁଲ ନିର୍ମାଣ ସାଙ୍ଗକୁ ଭତାରୁ ବଞ୍ଚିତ ହୋଇଥିବା ସୁରମିନୀ ବେହେରା, ଚଞ୍ଚଳା ସେଠି, ଚନ୍ଦ୍ରମା ବେହେରା, ଅନିଲ କୁମାର ସାହୁ, ସଞ୍ଜୟ ପ୍ରଧାନ ପ୍ରମୁଖଙ୍କୁ ଭତ୍ତା ପ୍ରଦାନ ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ରାସ୍ତା ସମସ୍ୟା, ପାଣି ସମସ୍ୟା କାର୍ଯ୍ୟଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲାପାଳ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ଜଣେ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣର କିଛି ଘଣ୍ଟା ନପୂରୁଣୁ ଉପାନ୍ତ ଅଞ୍ଚଳରେ ସକାଳ ୭.୩୦ ସମୟରେ ଲାଇନ ବିଭାଗ ସହିତ ଜିଲାପାଳ ସଦଳବଳେ ପହଞ୍ଚି ଲୋକଙ୍କ କଥା ବୁଝିବା ତାଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀ ଉପାନ୍ତ ଲୋକଙ୍କ ମନକୁ ଛୁଇଁ ପାରିଛି। ଆଗକୁ ଜିଲାପାଳଙ୍କ ଏଭଳି କାର୍ଯ୍ୟଧାରାରୁ ଅପହଞ୍ଚ ଅଞ୍ଚଳରେ ସରକାରୀ ଯୋଜନାର ସଫଳ ରୂପାୟନୀ ଆଭାସ ମିଳୁଛି। ଜିଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କ ସମେତ ସବୁ ବିଭାଗର ଉପରିସ୍ଥ କର୍ମଚାରୀ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories