www.samajalive.in
Saturday, December 13, 2025
17.1 C
Bhubaneswar

ଆଗଲପୁର ବ୍ଲକ ପୂର୍ବ ହିସାବ ରକ୍ଷକଙ୍କୁ ୨ବର୍ଷ ଜେଲ ଓ ଜରିମାନା

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର(ଡୁଡୁକା) ବ୍ଲକର ପୂର୍ବତନ ବରିଷ୍ଠ କିରାଣୀ ତଥା ହିସାବ ରକ୍ଷକ ବୀରବର କୁମ୍ଭାର ଜାଲ୍‍ କାଗଜପତ୍ର, ସରକାରୀ ରେକର୍ଡରେ ଜାଲିଆତି କରି ୫ଲକ୍ଷ ୭୯ହଜାର ୨୯୭ ଟଙ୍କା ହେରଫେର କରିଥିବା ବଲାଙ୍ଗିର ଜିଲା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ୨୦୧୦ ସେପଟେମ୍ବର ୨୯ ତାରିଖରେ ସମ୍ବଲପୁର ଭିଜିଲାନ୍ସରେ ୮୬ ନମ୍ବର ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ନ୍ୟାୟାଧିଶ ଅଭିଯୁକ୍ତ ପୂର୍ବତନ ବରିଷ୍ଠ କିରାଣୀ ତଥା ହିସାବ ରକ୍ଷକ ଶ୍ରୀ କୁମ୍ଭାରଙ୍କୁ ଶୁକ୍ରବାର ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପାଇଁ ରାୟ ଦେଇଛନ୍ତି। ଶ୍ରୀ କୁମ୍ଭାର ସରକାରୀ ଅର୍ଥ ହେରଫେର କରିଥିବା ଜଣାପଡ଼ିବା ପରେ ଭିଜିଲାନ୍ସ ସମ୍ବଲପୁର ମଣ୍ଡଳର ତତ୍କାଳୀନ କାର୍ଯ୍ୟରତ ଇନ୍ସପେକ୍ଟର ରବି ନାରାୟଣ ପାତ୍ର ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲେ। କାଗଜପତ୍ର ହେରଫେର କରି ଲକ୍ଷାଧିକ ଟଙ୍କା ଚଳୁ କରିଥିବାରୁ ଶ୍ରୀ କୁମ୍ଭାରଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ହୋଇଥିଲା।

ଏହି ମାମଲାର ବିଚାର କରି ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ ନ୍ୟାୟାଧିଶ ଅଜନ୍ତା ଷଡଙ୍ଗୀ ଶୁକ୍ରବାର ବିଭିନ୍ନ ଦଫା ଅନୁସାରେ ଜେଲ୍‍ ଓ ଜରିମାନା ନିର୍ଦ୍ଦେଶ ଦେଇଥିଲେ। ସର୍ବାଧିକ ୨ ବର୍ଷ ଜେଲ୍‍ ଓ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡ ରାୟରେ ଦର୍ଶାଇଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଜୟକୃଷ୍ଣ ସାହୁ ପରିଚାଳନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories