www.samajalive.in
Thursday, December 11, 2025
13.1 C
Bhubaneswar

ପୁଣି ମିଳିଲା ୨୦୪ ବୋତଲ କଫ ସିରପ, ୩ ଗିରଫ

ବଲାଙ୍ଗିର: ପୁଣି କଫ ସିରପ ମାଫିଆ ବଲାଙ୍ଗିର ସହରାଞ୍ଚଳ ପୁଲିସ ହାତରେ ଧରାପଡିଛନ୍ତି। ଉପଖଣ୍ଡ ପୁଲିସ ଅଧିକାରୀ (ଏସ୍‍ଡିପିଓ) ତୋଫାନ ବାଗଙ୍କ ସୂଚନା ଅନୁସାରେ ଗୁରୁବାର ରାତି ସାଢେ ୮ଟା ସମୟରେ ସ୍ଥାନୀୟ ବରପାଲିପଡ଼ାରୁ ଏକ ବାଇକରେ ୩ଜଣ ଯୁବକ ୨୦୪ ବୋତଲ କଫ ସିରପ, ୩ ଲିଟର୍‍ ଖୋଲା ନିଶା ସାମଗ୍ରୀ ସହ ନଗଦ ୬ ହଜାର ୬୨୫ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ବିଭୂତିପଡ଼ାର ସୁରଜ ମେହେର, ରାଜା ମେହେର ତଥା ଇନ୍ଦିରା ନଗରର ସରୋଜ ବିଶିଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଯେ, ବୁଧୁବାର ରାତିରେ ପୁଇଁନ୍ତଲା ପୁଲିସ ସୋନପୁର ରାସ୍ତାରେ ଥିବା ଟୋଲ ଗେଟ୍‍ ନିକଟରୁ ୪୫୫ ବୋତଲ କଫ ସିରଫ ସହ ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ଗତକାଲି (ଗୁରୁବାର) ରାତିରେ ଗିରଫ ହୋଇଥିବା ଅନ୍ୟ ୩ କଫ ସିରପ ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories