www.samajalive.in
Sunday, December 14, 2025
26.1 C
Bhubaneswar

ପତ୍ନୀଙ୍କ ବାହାଘର: ଥାନାରେ ସ୍ୱାମୀ ଓ ପୁଅ

ବଲାଙ୍ଗିର: ପତ୍ନୀଙ୍କ ବାହାଘର । ଏହି ଖବର ପାଇବା ପରେ ସ୍ୱାମୀ ବାହାଘର ରୋକିବା ପାଇଁ ପୁଅ ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିର ଜିଲା ଲାଠୋର ଥାନା ବେନ୍ଦେର ଗାଁର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବେନ୍ଦେର ଗାଁର ପିତବାସ ମାଝୀ ଗତ ୨୦୧୭ ଫେବ୍ରୁଆରୀ ୧୪ ତାରିଖରେ ଗୁଣମତି ମାଝୀଙ୍କୁ ସାମାଜିକ ରୀତିନୀତିରେ ବିବାହ କରିଥିଲେ । ସେମାନଙ୍କର ୮ ବର୍ଷର ପୁଅଟିଏ ରହିଛି । ପିତବାସଙ୍କ ପତ୍ନୀ ପାଟଣାଗଡ ଅବକାରୀ ବିଭାଗରେ କନେଷ୍ଟବଳ ଭାବେ ଚାକିରି କରୁଥିଲେ ଓ ପାଟଣାଗଡରେ ଏକୁଟିଆ ରହୁଥିଲେ ।

ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ତେବେ ଗୁଣମତି ଅନ୍ୟତ୍ର ବିବାହ କରୁଥିବା ଜାଣି ତାଙ୍କ ବିବାହ ଅଟକାଇବା ପାଇଁ ତାଙ୍କ ୮ ବର୍ଷର ପୁଅ ଉପେନ୍ଦ୍ରକୁ ଧରି ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୁଣମତି ପାଟଣାଗଡ ବ୍ରହ୍ମପୁରର ଅପୂର୍ବ ବିଶ୍ୱଦୀପ୍ତ ପରିଡା ନାମକ ବ୍ୟକ୍ତିଙ୍କୁ ୨୦୨୦ ଏପ୍ରିଲ ୨୮ ତାରିଖରେ ନୃସିଂହନାଥ ମନ୍ଦିରରେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗରେ ପିତବାସ ଦର୍ଶାଇଛନ୍ତି । ତାଙ୍କ ସହ ବିବାହ ବିଚ୍ଛେଦ ହୋଇ ନଥିବାବେଳେ ଏହା ବିବାହ ହୋଇଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପିତବାସ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପାଟଣାଗଡ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories