ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ୨ଆହତ, ଜଣେ ଗୁରୁତର

ବୋଲଗଡ: ବୋଳଗଡ ଥାନା ଜାତୀୟ ରାଜପଥ ୫୭ ପଞ୍ଚୁକୋଟ ନିକଟରେ ରବିବାର ଭାରସାମ୍ୟ ହରାଇ ଜମି ମଧ୍ୟରେ ବୋଲେରୋଟି ଓଲଟି ପଡିବାରୁ ଚାଳକ ସମେତ ଜଣେ ଗୁରୁତ୍ତର ଓ ୨ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ରାୟଗଡାର ବିଜୟ କୁମାର ମହାରଣା ଓ ତାଙ୍କ ପରିବାର ଭୁବେନଶ୍ବର ଯାଉଥିବା ବେଳେ ପଞ୍ଚୁକୋଟ ନନ୍ଦନ ଢାବା ନିକଟରେ ଗାଡିଟି ନିୟନ୍ତ୍ରଣ ହରାଇ ବିଲ ମଧ୍ୟକୁ ପଶି ଯାଇଥିଲା। ଫଳରେ ବିଜୟ ମହାରଣାଙ୍କ ଝିଅ ଆଦ୍ୟାଶା ମହାରଣା ଗୁରୁତର ଆହତ ହୋଇଛନ୍ତି।  ରାଜସୁନାଖଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ସ୍ଥାନାନ୍ତରିତ ହୋଇଥିବା ପୁଲିସ ସୂଚନା ଦେଇଛି।

Comments are closed.