www.samajalive.in
Wednesday, December 10, 2025
16.1 C
Bhubaneswar

୨ ବାରହା ମୃତଦେହ ଜବତ, ୫ ଗିରଫ

ଟିକାବାଲି: ଟିକାବାଲି ବନାଞ୍ଚଳର ୨ଟି ପୃଥକ ସ୍ଥାନରୁ ଦୁଇଟି ବାରହା ମୃତଦେହ ଜବତ ହୋଇଛି। ଏହି ଘଟଣାରେ ୩ଟି ଗାଡ଼ି ଜବତ କରାଯିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବନ ବିଭାଗ ସୂଚନା ଅନୁଯାୟୀ, ଗତ ୧୯ ତାରିଖ ବିଳମ୍ବିତ ରାତ୍ର ପ୍ରାୟ ୧ଟା ସମୟରେ ଚକାପାଦ ଛକରେ ଏକ  ପାସେଞ୍ଜର ଅଟୋକୁ ଯାଞ୍ଚ ବେଳେ ବାରହା ମୃତଦେହ ମିଳିଥିଲା। ଏହି ଘଟଣାରେ ଅଟୋ ସମେତ ଏକ ବାଇକକୁ ଜବତ କରାଯିବା ସହିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡଗରିପଦର ଗାଁର ମଧୁସୂଦନ କହଁର(୨୩), ଡାକରୀମୁଣ୍ଡା ଗାଁର ରଶାନ୍ତ କହଁର(୩୧), ଭୁଙ୍ଗିବାଡି ଗାଁର ବାଉନା କହଁର( ୨୮) ଏବଂ ଟିକାବାଲି ଥାନା ଅନ୍ତର୍ଗତ ଦଳଗାଁର ଯୁଗେଶ୍ୱର କହଁ (୩୫)ଙ୍କୁ ଗିରଫ କରାଯାଇଥିଲା। ଏ ନେଇ ଏକ ମାମଲା(୭୬/୨୪-୨୫) ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ବୁଧବାର ଘୁ.ଉଦୟଗିରି କୋର୍ଟ ଚାଲାଣ କରାଯାଇଛି।

- Advertisement -

ସେହିପରି ଅନ୍ୟ ଏକ ଘଟଣାରେ ଟିକାବାଲି ଥାନା ଅନ୍ତର୍ଗତ କେନ୍ଦୁଗୁଡାରି ଗାଁରୁ ପୋଷା ବରହା ମୃତଦେହକୁ ଜଣେ ବ୍ୟକ୍ତି କିଣି ଏକ ସ୍କୁଟିରେ ବାନ୍ଧି ନେଉଥିବାବେଳେ ବନ ବିଭାଗ ପାଟ୍ରୋଲିଂ ସମୟରେ ଧରାପଡ଼ିଥିଲେ। ଅଭିଯୁକ୍ତ ବାରହା ସହିତ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ବାରହା ବିକିଥିବା କେନ୍ଦୁଗୁଡାରି ଗ୍ରାମର ସଦାଇ ମଳିକ ନାମକ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ଏ ନେଇ ଏକ ମାମଲା (୭୫/୨୪-୨୫) ରୁଜୁ ହୋଇଥିବା ଟିକାବାଲି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ବନାଞ୍ଚଳ କ୍ୟାମ୍ପସ ଭିତରେ ବାରହା ମୃତଦେହ ୨ଟି ପୋତି ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories