ବ୍ରହ୍ମପୁର : ଖଣ୍ଡାରେ ବିଜେପି ନେତାଙ୍କ ସହ ୪ ଜଣଙ୍କୁ ଆକ୍ରମଣ , ଆଉ ଦୁଇ ଗିରଫ। ରଣ୍ଢା ସରପଞ୍ଚ ଅଜିତ୍ ରାଉଳ ଓ ସହଯୋଗୀ ସୁବାଶିଷ ସାହୁଙ୍କୁ ଗୋଳନ୍ଥରା ଥାନା ପୁଲିସ୍ ଗିରଫ କରିଛି। ଗତ ୭ ତାରିଖରେ ଗୋଳନ୍ଥରାରେ ୫ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଏଥିରେ ୩ ବିଜେପି କର୍ମୀଙ୍କ ସମେତ ଦୁଇ ବ୍ୟବସାୟୀ ଆହତ ହୋଇଥିଲେ। ପୁଲିସ୍ ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା। ଅଭିଯୋଗକୁ ଭିତ୍ତି କରି ଦୁଇ ସ୍ଥାନୀୟ ବିଜେଡି ନେତାଙ୍କୁ ଗୋଳନ୍ଥରା ଥାନା ରେ ଅଟକ ରଖି ପୁଲିସ୍ ପଚରାଉଚରା ଜାରି ରଖିଥିଲା। ବର୍ତ୍ତମାନ ଘଟଣାରେ ସମ୍ପୃକ୍ତି ନେଇ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Popular Categories



