ଭୁବନେଶ୍ଵର: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ସପ୍ତାହବ୍ୟାପୀ ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି। ଏହି କ୍ରମରେ ଆଜି ସକାଳ ୯ ଟା ରେ ସମାଜ ଭୁବନେଶ୍ଵର ସଂସ୍କରଣ ପକ୍ଷରୁ କଳ୍ପନା ଛକ ସ୍ଥିତ ଲାଲ ବାହାଦୂର କ୍ଲବ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ ହୋଇଛି। ଜନ ସାଧାରଣ ସ୍ଵେଚ୍ଛାକୃତ ଭାବେ ଶିବିରରେ ରକ୍ତଦାନ କରିପାରିବେ। ରକ୍ତ ଅଭାବ ଦୂର ପୂର୍ବକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଏଭଳି ଶିବିରର ଆୟୋଜନ କରାଯାଇଛି। ସେହିପରି ପରିବେଶ ସୁରକ୍ଷା ପାଇଁ କ୍ଲବ ନିକଟରେ ଥିବା ଉଦ୍ୟାନରେ ଚାରାରୋପଣ କରାଯିବ। ଶିବିରରେ ସ୍ଵେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିବାକୁ ସମାଜ ପକ୍ଷରୁ ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଛି।
Popular Categories



