www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁ ଯୁବ ଜନତା ଦଳ ଓ ଏଲ ଏଣ୍ଡ ଟିର ମିଳିତ ସହଯୋଗରେ ରକ୍ତଦାନ ଶିବିର

ରେଙ୍ଗାଲି : କରୋନା ସମୟରେ ରକ୍ତ ଅଭାବରୁ କାହାରି ଜୀବନ ନ ଯିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓ  ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ତତ୍ତ୍ଵାବଧାନରେ ଆଜି  ରାଜ୍ୟ ବିଜୁ ଯୁବ  ଜନତା ଦଳର ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଇଙ୍କ ନେତୃତ୍ୱରେ ଜୀବନବିନ୍ଦୁ, ଓଡ଼ିଶା ମୋ ପରିବାର ଏବଂ ଏଲ୍ ଏଣ୍ଡ ଟି ଆଇ. ଡି.ପି.ଏଲ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର  ସମ୍ବଲପୁର, ଶାସନ ସ୍ଥିତ ଟୋଲ ପ୍ଲାଜା ଠାରେ ଆୟୋଜିତ ହୋଇ  ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ରାଜ୍ୟ ବିଜୁ ଯୁବ ଜନତା ଦଳର  ରାଜ୍ୟ କାର୍ଯକାରୀ ସଭାପତି ବୈକୁଣ୍ଠ ନାଏକ, ସମ୍ମାନିତ ଅତିଥି ରୂପେ ସମ୍ବଲପୁର ଜୋନ ଆବାହକ ବିଜେଡ଼ି ଲିଗାଲ ଫ୍ରଣ୍ଟ ଆନନ୍ଦ ବଡଗୟା ଯୋଗଦେଇଥିଲେ। ବିଜୁ ଯୁବ ଜନତା ଦଳର  ଜୋନ୍ ସଭାପତି  ଦେବାଶିଷ ପରିଦା, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ଜୀବନ ବିନ୍ଦୁ ସମ୍ପାଦିକା କବିତା ପୁରୋହିତ, ରାଜ୍ୟ ମହିଳା ସମ୍ପାଦିକା ଉଷା ପ୍ରଧାନ, ସମ୍ବଲପୁର ଯୁବ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, IT ସଂଯୋଜକ ଚିତ୍ତରଞ୍ଜନ ରାଉଳ ଏବଂ ସମ୍ବଲପୁର ଜିଲ୍ଲା ଛାତ୍ର ସଭାପତି ସିଦ୍ଧାନ୍ତ ମହାନ୍ତି  ଯୋଗଦେଇଥିଲେ। ଏଲ.ଏଣ୍ଡ. ଟି ମ୍ୟାନେଜର ଆଶିଷ ମହାନ୍ତି, ରୁଟ ଅଫିସର ବରୁଣ ସାହୁ, ମନୋଜ ପଟ୍ଟନାୟକ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ଲାଜା ମେନେଜର ରବି ପାଣ୍ଡେଙ୍କ ସହାୟତାରେ ରକ୍ତଦାନ ଶିବିର ସୁଚାରୁରୂପେ ସଫଳ ହୋଇଥିଲା ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories