www.samajalive.in
Monday, December 8, 2025
24.1 C
Bhubaneswar

ଆଚରଣ ବିଧି ଶେଷ ନ ହେବା ଯାଏଁ ପଶ୍ଚିମବଙ୍ଗରେ ରହୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ – ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଦର୍ଶ ଆଚରଣ ବିଧି ଶେଷ ନ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍କୁ ସେଠାରେ ରଖିବା ପାଇଁ ବିଜେପି ନିର୍ବାଚନ କମିଶନ୍‍ଙ୍କ ନିକଟରେ ଦାବି କରିଛି। ମତଦାନ ଶେଷ ହେବା ପରେ ତୃଣମୂଳ କଂଗ୍ରେସ ପକ୍ଷରୁ କେତେକ ବର୍ଗର ଭୋଟର୍‍ମାନଙ୍କ ଉପରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ବି.ଜେ.ପି. ଏହି ଦାବି କରିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ହିଂସା ଘଟଣା ଯୋଗୁଁ ପଶ୍ଚିମବଙ୍ଗରେ ୯ଟି ଆସନ ମଧ୍ୟରୁ ୬ଟି ଆସନରେ ମତଦାନ ବାଧାପ୍ରାପ୍ତ ହୋଇଛି। କେତେକ ଗଣମାଧ୍ୟମର ଖବର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ସେ କହିଛନ୍ତି, ବିଜେପି ପ୍ରାର୍ଥୀମାନଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ତୃଣମୂଳ କଂଗ୍ରେସର କର୍ମୀମାନେ ସେମାନଙ୍କୁ ବିରୋଧ କରୁଥିବା ମତଦାତାମାନଙ୍କୁ ମତଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି।

ଏହି ଘଟଣାକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ବିଚାର କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେଠାରେ ଆଦର୍ଶ ଆଚରଣ ବିଧି ୨୭ ତାରିଖରେ ଶେଷ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଉପସ୍ଥିତ ରୁହନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories