www.samajalive.in
Monday, December 8, 2025
24.1 C
Bhubaneswar

ବନ୍ଦ ହେଉନାହିଁ କଟନି-ଛଟନି; ଚାଷୀଙ୍କ ତଣ୍ଟି ଚିପିବାକୁ ସରକାରଙ୍କ ଯୋଜନା : ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବଳରେ ଚାଷୀ ତାର ଉତ୍ପାଦିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ରାଜ୍ୟର ଯେକୌଣସି ମଣ୍ଡିରେ ବିକ୍ରୀ କରିବା ସହ ରାଜ୍ୟ ବାହାରେ ମଧ୍ୟ ବିକ୍ରି କରିବା ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ପୁଣିଥରେ ମଧ୍ୟସ୍ଥି ଜରିଆରେ ଚାଷୀଙ୍କ ଧାନ ଅଣ୍ଡରରେଟରେ କିଣାଇବାର ଏକ ନୁଆଁ ମସୁଧା ତିଆରି କରିଛନ୍ତି ଓ ଚାଷୀଙ୍କ ତଣ୍ଟି ଚିପିବାକୁ ଯୋଜନା କରିଛନ୍ତି  ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି।
ଶ୍ରୀ ପୁରୋହିତ କହିଛନ୍ତି ଯେ,ସର୍ବନିମ୍ନ ସହାୟକ ମୂଲ୍ୟରୁ କମ୍‍ ଦରରେ ଧାନ କିଣୁଥିବା ବ୍ୟବସାୟୀ ମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା କରାଯିବ ବୋଲି ରାଜ୍ୟ ସରକାରଙ୍କ ଧମକ କେବଳ ଧର୍ମକୁ ଆଖି ଠାର। ନବୀନ ବାବୁଙ୍କ ନେତୃତ୍ୱ ରାଜ୍ୟରେ ଚାଲିଥିବା ଲମ୍ବା ଶାସନରେ ପ୍ରତି ମଣ୍ଡିରୁ ଚାଷୀଙ୍କ ଧାନରୁ ପ୍ରତି କ୍ୱିଂଟାଲରେ ୩/୪ କେ.ଜି ଧାନ କଟନି ଛଟନି ହେଉଥିବା ବେଳେ ଓ ଗ୍ରାମାଂଚଳରେ ୧୨ /୧୪ଶହ ଟଙ୍କାରେ ଚାଷୀ ତାର ଧାନ ମଧ୍ୟସ୍ଥି ଜରିଆରେ ବିକ୍ରୀ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଜଣେ ବି ମଧ୍ୟସ୍ଥି କିମ୍ବା ମିଲର୍‍ଙ୍କ ବିରୁଦ୍ଧରେ ସରକାର କୌଣସି ପଦକ୍ଷେପ ନେବାର ନଜିର ନାହିଁ।
ଖରିଫ୍‍ ଧାନ ଅମଳ ପରେ ଓଡିଶାରେ ଅଭାବୀ ବିକ୍ରୀର ଶିକାର ହେଉଥିବା ଚାଷୀମାନେ ଯେଉଁମାନେ ଛତିଶଗଡ ରାଜ୍ୟ ସୀମାନ୍ତରେ ଅଛନ୍ତି ଅଧିକାଂଶ ଚାଷୀ ଅଧିକ ଦରରେ ଧାନବିକ୍ରୀ ପାଇଁ ଛତିଶଗଡ ରାଜ୍ୟ ମଣ୍ଡିରେ ଧାନ ବିକ୍ରି କରିଥାନ୍ତି।

ଖରିଫ ଅମଳପରେ ନିଜ ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଉଥିବା ଛତିଶଗଡ ରାଜ୍ୟର ଚାଷୀ ଓଡିଶାରେ ଧାନବିକ୍ରୀ କରିବାର ଉଦାହରଣ ନାହିଁ। ତେବେ ଛତିଶଗଡ ସୀମାନ୍ତରେ ଛତିଶଗଡ ଚାଷୀଙ୍କ ଧାନ ଓଡିଶାରେ ପ୍ରବେଶ କରିନଦେବା ପାଇଁ ସୀମାକୁ ଜଗିବାପାଇଁ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେବା ହାସ୍ୟାସ୍ପଦ କଥା। ବରଗଡ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଗତ ୯ତାରିଖରୁ ମଣ୍ଡି ଖୋଲି ସାରିଥିବା ବେଳେ ଓ ପାଖାପାଖି ୮୦ଭାଗ ଧାନ ଚାଷୀ ଅମଳ ସରିଛି।

- Advertisement -

ଟୋକନ ପାଉନଥିବାରୁ ଚାଷୀ ହାତ ବାନ୍ଧି ବସିଥିବା ବେଳେ ଏବେ ଧାନ କିଣାବିକା ର ମଧ୍ୟସ୍ଥି ଓ ଦଲାଲ ମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ବରଗଡ ଜିଲ୍ଲା ଦେଶର ଭାତହାଣ୍ଡି ଭାବେ ପରିଚିତ ଥିବା ବେଳେ ଓ ରାଜ୍ୟର ସର୍ବାଧିକ ଧାନ ଅମଳ ହେଉଥିବାବେଳେ ଚଳିତ ବର୍ଷ ୪୪ଲକ୍ଷ ୭୫ହଜାର କ୍ୱିଂଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହର ଲକ୍ଷ୍ୟ ରଖିଥିବା ରାଜ୍ୟସରକାର ଆଜି ପର୍ଯ୍ୟନ୍ତ ମାତ୍ର ୭୯ହଜାର କ୍ୱିଂଟାଲ ଧାନ ଖରିଦ୍‍ କରିବା ଏକ ବିଡମ୍ବନା। କେବଳ ବରଗଡ ଜିଲ୍ଲା ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ସ୍ଥିତି ଏପରି ରହିଛି। ଗତ ବର୍ଷ ଯେଉଁ ମିଲର୍ସ ଯେତେ ଧାନ ଉଠାଇଥିଲେ ତାହା ବଦଳରେ ଯେତେ ଚାଉଳ ଦେବା କଥା ରାଜ୍ୟ ଓ ଅନେକ ମିଲର୍ସ ଏଥିରେ ଖିଲାପ କରିଥିବା ସତ୍ୱେ ପୁଣି ସେମାନଙ୍କୁ ଧାନ କିଣିବା ପାଇଁ ଟାର୍ଗେଟ୍‍ ଦେବା ପଛରେ ଏକ ବଡ କିକବେକ୍‍ ହୋଇଛି ବୋଲି ଅଭିଯୋଗ କରିବା ସହ ଧାନ କିଣ ବିକା ସମୟରେ ଓଡିଶା ସରକାରଙ୍କ ଚାଷୀ ବିରୋଧୀ ଅସଲ ଚେହେରା ଧରା ପଡିଯାଇଛି ବୋଲି ଶ୍ରୀ ପୁରୋହିତ କହିିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories