www.samajalive.in
Wednesday, December 10, 2025
26.1 C
Bhubaneswar

ଦକ୍ଷତା ଅଛି, ସହଯୋଗ ମିଳିଲେ କନ୍ଧମାଳରେ କଂଗ୍ରେସ କ୍ଷମତାକୁ ଆସିବ : ଅନାମ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଦାୟିତ୍ବ ନେଇଥିବା ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ସ୍ଥାନୀୟ ସମନ୍ବିତ ସଭା ଗୃହଠାରେ ଆୟୋଜିତ ବ୍ଳକ ଓ ନଗର ସଭାପତି ଚୟନ କମିଟି ବୈଠକରେ ଯୋଗଦେଇ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବା କହିଛନ୍ତ। ଜି.ଉଦୟଗିରିକୁ ପୋଷ୍ୟ ଗ୍ରାମ ଭାବେ ନେବା ସହ କଂଗ୍ରେସର ଗଡ କୁହାଯାଉଥିବା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଜି.ଉଦୟଗିରିରେ ଆଗକୁ ହେବାକୁ ଥିବା ଏନଏସି ନିର୍ବାଚନରେ କଂଗ୍ରେସ ଦଳ ନିଜର ପରିଷଦ ଗଠନ କରିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ନବ ନିଯୁକ୍ତ ସଭାପତି ଶ୍ରୀ ନାୟକ। ଆହୁରୀ ମଧ୍ୟ କହିଛନ୍ତି ଯେ, ଗତ ଦିନରେ ମୋ ନିର୍ବାଚନୀ ମଣ୍ଡଳୀ(ଫୁଲବାଣୀ) ସ୍ଥିତ ଫିରିଙ୍ଗିଆରେ ଦୁଇଟି ଜିଲ୍ଲା ପରିଷଦ ଜୋନ ଥିବାବେଳେ ଖୋଦ ସାଂସଦ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶାସକ ଦଳରେ ଥାଇ ମଧ୍ୟ ମୁଁ ସେଠାରେ ଦଳୀୟ କର୍ମୀଙ୍କ ସହଯୋଗରେ ଦୁଇଟି ଯାକ ଜୋନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲି। ଏଣୁ ମୁଁ କଥାରେ ନୂହେଁ କାମରେ ବିଶ୍ବାଷ କରେ। ବିଗତ ଦିନରେ ଜାତୀୟ ଦଳ କଂଗ୍ରେସ ବିଭିନ୍ନ ସ୍ଥାନରେ ଏଜେଣ୍ଟ ମଧ୍ୟ ଦେଇପାରୁନଥିଲେ, ଏଣୁ ବର୍ତ୍ତମାନ ସମୟରେ ବିଗତ ଦିନର କାର୍ଯ୍ୟ ବା ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ଭୂଲି ସମସ୍ତଙ୍କ ସହ ସମନ୍ବୟ ରକ୍ଷା କରି ଜିଲ୍ଲାର କଂଗ୍ରେସ ସଙ୍ଗଠନକୁ ସୂଦୃଢ କରାଯାଇପାରିବ। ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ କାଳୁଚରଣ ଦଳବେହେରା, ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ପ୍ରମୋଦ ନାୟକ, ଥମାସ ପ୍ରଧାନ, ମାନଭଞ୍ଜନ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ,ବିଶ୍ବନାଥ ନାଇକ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଙ୍ଗଠନ ଉପରେ ଆଲୋକପାତ କରିଥିଲେ। ଆଜିର ବୈଠକରେ ସର୍ବ ସମ୍ମତିକ୍ରମେ ବ୍ଳକ ସଭାପତି ଭାବେ ଫିରୋଦ ଦିଗାଳ ଓ ନଗର ସଭାପତି ଭାବେ ଏନ.ରାଜା ରାଓଙ୍କୁ ଚୟନ କରାଯାଇଛି। ପୂର୍ବରୁ ଏନ.ରାଜା ରାଓ ସ୍ବାଗତ ଭାଷଣ ଦେଇଥିଲେ। ଜାକେଶ ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଫିରୋଜ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories