www.samajalive.in
Thursday, December 11, 2025
15.1 C
Bhubaneswar

ପିପିଲି ଗଣବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା : ସିବିଆଇ ତଦନ୍ତ ଦାବି

ପିପିଲି : ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ଦୁଇଭାଇ ନିର୍ଦ୍ଦୋଷରେ ଖଲାସ ହେବା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଗୁରୁବାର ମଧ୍ୟାହ୍ନ ସମୟରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏହି ଟିମ୍‍ ରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ପିଙ୍କି ପ୍ରଧାନଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ପୀଡ଼ିତାଙ୍କ ମାଆ ଓ ଭାଇଙ୍କ ସହ ସେମାନେ ଦୀର୍ଘସମୟ ଧରି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନଙ୍କ ଠାରୁ ସମସ୍ତ ଘଟଣା ଓ ସରକାରଙ୍କ ଅବହେଳା ବିଷୟରେ ଶୁଣିବା ପରେ ଆମେ ମର୍ମାହତ ବୋଲି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି। ଏଥିସହିତ ରାଜ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାରେ କୋହଳ ମନୋଭାବ ଯୋଗୁଁ ଦୋଷୀ ଖସିଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ଓ ମୃତାଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

- Advertisement -

କ୍ରାଇମବ୍ରାଞ୍ଚ ତଥ୍ୟ ଓ ପ୍ରମାଣ ସମ୍ପୂର୍ଣ୍ଣ ନଷ୍ଟ କରିବାରୁ ଆଜି ଦୋଷୀ ନିର୍ଦ୍ଦୋଶରେ ମୁକୁଳି ଯିବାରେ ସକ୍ଷମ ହେଲା ବୋଲି ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି। ଏହା ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଅଞ୍ଚଳର ଜଣେ ଝିଅ ପ୍ରତି ହୋଇଥିବା ଅନ୍ୟାୟକୁ ଏ ଅଞ୍ଚଳର ଜଣେ ଜନପ୍ରତିନିଧି (ପ୍ରଦୀପ ମହାରଥୀ) ତାତ୍ସଲ୍ୟ କରିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ତୁରନ୍ତ ଶ୍ରୀ ମହାରଥୀ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଜେପି ଯୁବନେତା ଆଶ୍ରୀତ ପଟ୍ଟନାୟକ, ପୁରୀ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ମହିଳା ନେତ୍ରୀ ମମତା ମହାନ୍ତି, ସ୍ୱର୍ଣ୍ଣଲତା ମହାରଣା, ଗୀତାଞ୍ଜଳୀ ମିଶ୍ର, ରେଣୁପ୍ରିୟା ନାୟକ, ସୁଧାଂଶୁ ଶେଖର ତ୍ରିପାଠୀ, ଦେବାଶିଷ ଦିକ୍ଷିତ, ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories