www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଜେପି ନଡ୍ଡା

କୋଲକାତା : ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ସଭାପତି ଜେପି ନଡ୍ଡା ବୁଧବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିବେ। ଦୁଇଦିନିଆ ଗସ୍ତରେ ସେ ଦଳ ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ବିଜେପି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି।

ପଶ୍ଚିମବଙ୍ଗରେ ଦଳକୁ ମଜବୁତ କରିବା ପାଇଁ ନଡ୍ଡା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ବିଜେପିର ମିଡିଆ ବିଭାଗର ଦାୟିତ୍ୱରେ ଥିବା ଅନିଲ ବାଲୁନି ଏକ ବିବୃତ୍ତିରେ କହିଛନ୍ତି। ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ନଡ୍ଡା ୧୨୦ ଦିନିଆ ଦେଶବ୍ୟାପୀ ଯାତ୍ରା କରୁଛନ୍ତି। ସେ ଏହାକୁ ଡିସେମ୍ବର ୪ରେ ଉତ୍ତରପ୍ରଦେଶରୁ ଆରମ୍ଭ କରିଥିଲେ।
ନଡ୍ଡା କେଲକାତାର ହାଷ୍ଟିଙ୍ଗରେ ଦଳର ନିର୍ବାଚନ କାର୍ଯ୍ୟାଳୟ ଏବଂ ନଅଟି ଜିଲ୍ଲାର ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିବେ। ସେ ବସ୍ତି ବାସିନ୍ଦାଙ୍କ ପ୍ରତିନିଧୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories