www.samajalive.in
Friday, December 12, 2025
19.1 C
Bhubaneswar

ଖୁବଶୀଘ୍ର ବିଜେପି ଘୋଷଣା କରିବ ପ୍ରାର୍ଥୀ ତାଲିକା; ବିଳମ୍ବିତ ରାତି ଯାଏଁ ମୋଦୀଙ୍କ ସହ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନେଇ ବିଜେପିର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ୪ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକ ଶେଷ ହେବା ପରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟାଳୟରୁ ବାହାରିଥିଲେ । ୧୦୦ରୁ ୧୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଉପରେ ବୈଠକରେ ଆରଲୋଚନା ହୋଇଥିବା ସୂଚନା ମିଳିଛି।

ବୈଠକରେ ଉତ୍ତରପ୍ରଦେଶ, ପଶ୍ଚମବଙ୍ଗ ଓ ଛତିଶଗଡ ଭଳି ଆସନରେ ପ୍ରାର୍ଥୀଙ୍କୁ ନେଇ ଆଲୋଚନା ହୋଇଥିଲା। ଏହି ସବୁ ଆସନରେ ପ୍ରଥମ ପର୍ଯ୍ୟାୟରେ ନାମ ଘୋଷଣା କରାଯିବା ନେଇ ସୂଚନା ମିଳିଛି। ଏହାସହିତ ତାଲିକାରେ କିଛି ବଡ ବଡ ନେତାଙ୍କ ନାମ ଥିବା ସୂଚନା ମିଳିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ରାଜନାଥ ସିଂହ, ଅନୁରାଗ ଠାକୁର କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ସେହିପରି ଓଡ଼ିଶାର ମଧ୍ୟ ଦୁଇ କିମ୍ବା ତିନୋଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories