www.samajalive.in
Friday, December 5, 2025
23.1 C
Bhubaneswar

ତଦନ୍ତ ବାଟବଣା କରିବାକୁ ବିଜେଡି ଉଦ୍ୟମ କରୁଛି: ବିଜେପି

ବ୍ରହ୍ମପୁର: ଆଇନ ତା’ ବାଟରେ ଯିବ ବୋଲି କହୁଥିବା ବିଜେଡି ଏବେ ପୀତବାସ ପଣ୍ଡା ହତ୍ୟା ଘଟଣାର ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଉଦ୍ୟମ କରୁଛି ବୋଲି ଗଞ୍ଜାମ ଜିଲା ବିଜେପି ଗୁରୁବାର ଅଭିଯୋଗ କରିଛି।

ଦଳର ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ କହିଛନ୍ତି ଯେ, ପୀତବାସ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ଏସ୍‌ପି ଗିରଫ କରିବା ସହିତ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଥିବାରୁ ଦଳ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି। ରାଜନୈତିକ ପ୍ରତିଦ୍ୱନ୍ଦ୍ବୀଙ୍କୁ ଗୁଳି କରି ହତ୍ୟା କଲେ ସଭ୍ୟ ସମାଜ କେବେ ଗ୍ରହଣ କରିବ ନାହିଁ । କିନ୍ତୁ ବିଜେଡି ନେତାମାନେ ଦୋଷୀଙ୍କୁ ଘଣ୍ଟ ଘୋଡାଇବା, ଅନ୍ୟମାନଙ୍କୁ ଦୋଷାରୋପ କରି ଜନସାଧାରଣଙ୍କୁ ଭ୍ରମିତ କରିବା ଓ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରି ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରୁଛି। ଏହି ଘଟଣାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ପୀତବାସଙ୍କୁ ଗୁଳି ଖବର ପାଇବା ପରେ ତତକ୍ଷଣାତ ମନ୍ତ୍ରୀ ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଅକର୍ଷଣ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ପୁଲିସ ମହାନିର୍ଦ୍ଦେଶକ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ବିଜେପିରେ ଥିବା ଜଣେ ଜିଲା ପରିଷଦ ସଭ୍ୟ ମନ୍ତ୍ରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ପତ୍ର ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଯଦି ମନ୍ତ୍ରୀଙ୍କ ସଂଶ୍ଲିଷ୍ଟ ନେଇ ସେ ଜାଣିଥିଲେ ତେବେ ତଦନ୍ତକାରୀ ପୁଲିସ ଅଫିସରଙ୍କ ନିକଟରେ ହାଜର ହେଲେ ନାହିଁ କାହିଁକି ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି। ପୁଲିସ ପ୍ରସାଶନ ସରକାରଙ୍କ ହାତବାରିସି ହୋଇଥିବା ନେଇ ପ୍ରମିଳା ମଲ୍ଲିକଙ୍କ ଅଭିଯୋଗ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହଁ ବୋଲି ଦଳ କହିଛି। ଭୃଗୁ ବକ୍ସିପାତ୍ର ପୂରା ଘଟଣାକୁ ଓଲଟା କରିଦେବାକୁ ନୂଆ ଗପ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛନ୍ତି। ବିଜେଡ଼ି ସରକାର ଅମଳରେ କେତେଜଣ ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ହତ୍ୟା, ବଳାତ୍କାର ଅଭିଯୋଗ ଆସିଛି ତାହା ଟିକେ ଲୋକଙ୍କୁ ଜଣାଇଲେ ଭଲ ହୁଅନ୍ତା ବୋଲି ବିଜେପି କହିଛି। ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପୂର୍ବରୁ ବିଜେଡି ନେତାମାନେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟି ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲା ବିଜେପି ସଭାପତି ସରୋଜ ସାବତ, ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ରାଜ୍ୟ ମୁଖପାତ୍ର ଟି. ଗୋପି, ବରିଷ୍ଠ ନେତା ସୁନିଲ କୁମାର ସାହୁ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories