www.samajalive.in
Friday, December 5, 2025
23.1 C
Bhubaneswar

ଜିଲ୍ଲାରେ ପାଞ୍ଚ ହଜାର ନୂଆ ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆପଡା ,୨୩/୯/୨୫: :ଆଜି ନୂଆପଡ଼ା ଜିଲ୍ଲା ସଦର ମହକୁମା ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି, ଜିଲ୍ଲା ପ୍ରଶାସନ ଜିଲ୍ଲାରେ ମୋଟ ଭୋଟର ତାଲିକା ପ୍ରକାଶ କରିବାପରେ ନୂତନ ପାଞ୍ଚ ହଜାର ଭୋଟର  ବାବଦରେ କୌଣସି  ସୂଚନା ଦେଇନଥିବା  ଜାତୀୟ କଂଗ୍ରେସ ଅଭିଯୋଗ କରିଛି । ସାମ୍ବାଦିକ ସମ୍ମିଳନୀରେ ଜାତୀୟ କଂଗ୍ରେସର  ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ , ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ହମିଦ ହୁସେନ ,ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ା ମିଡ଼ିଆ ସେଲ  ପଦାଧିକାରୀ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନୂଆପଡ଼ାରେ ମଧ୍ୟ ପାଞ୍ଚ ହଜାର  ମିଛ ଭୋଟର  ସାମିଲ କରିଛନ୍ତି ବୋଲି ଅଭିଯୋଗ କରିବା ସହ ରାଜ୍ୟରେ ଏସ ଆଇ ପରୀକ୍ଷା ଜାଲିଆତି ମାମଲାର ସିବି ଆଇ ତଦନ୍ତ ଉଚ୍ଚ ନ୍ୟାୟାଳୟର କୌଣସି ବିଚାରପତି କିମ୍ବା ଅବସରକାଳୀନ ବିଚାରପତିଙ୍କ ତତ୍ବାବଧାନରେ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ। ସେହିପରି ଶିଶୁ ମଙ୍ଗଳ ବିଭାଗ ଏକ ପତ୍ର ଜରୀଆରେ  ଯେଉଁ ଆଦିବାସୀ ଝିଅ ମାନେ ୧୮୦୦୦ତାଙ୍କ ଲେଖାଏଁ ସରକାରୀ ବୃତ୍ତି ପାଉଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦେବାକୁ କୁହାଯାଇଛି।ଏହାକୁ ଜାତୀୟ କଂଗ୍ରେସ ବିରୋଧ କରିବା ସହ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛି।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories