www.samajalive.in
Friday, December 5, 2025
23.1 C
Bhubaneswar

ପୁରୀ ଜିଲାର ୪ ଆସନରେ ବିଜେପି, ୨ରେ ବିଜେଡି ଆଗୁଆ

ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲାର ୬ ବିଧାନସଭା ଆସନ ମଧ୍ୟରୁ ବିଜେପି ୪ଟି ଆସନରେ ଆଗୁଆ ରହିଛି। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତଥ୍ୟ ଅନୁସାରେ ଏହି ଫଳାଫଳ ଦେଖିବାକୁ ମିଳିଛି। ବିଜେଡି କେବଳ ଦୁଇଟି ଆସନରେ ଆଗୁଆ ରହିଛି।

ଇସିଆଇଙ୍କ ତଥ୍ୟ ଅନୁସାରେ, ନିମାପଡ଼ା, ପିପିଲି, ବ୍ରହ୍ମଗିରି ଏବଂ ସତ୍ୟବାଦୀ ବିଧାନସଭା ଆସନରେ ବିଜେପି ଆଗରେ ରହିଛି। ନିମାପଡ଼ାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କଠାରୁ ୩୪୪୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଏଠାରେ ୨୮ ରାଉଣ୍ଟ ମଧ୍ୟରୁ ୧୦ ରାଉଣ୍ଡ ଗଣତି ଶେଷ ହୋଇଛି। ସେହିପରି ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରାଥୀଙ୍କଠାରୁ ୩୯୦୩ ଭୋଟରେ ଆଗରେ ରହିଛନ୍ତି। ଏଠାରେ ୨୮ ରାଉଣ୍ଡ ମଧ୍ୟରୁ ୮ ରାଉଣ୍ଡ ଗଣତି ସରିଛି। ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ୩୭୮୦ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ଆଗରେ ରହିଛନ୍ତି। ଏଠାରେ ୨୮ ରାଉଣ୍ଡରୁ ୭ ରାଉଣ୍ଡ ଗଣତି ଶେଷ ହୋଇଛି। ସତ୍ୟବାଦୀ ଆସନରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ୯୧୨୭ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କଠାରୁ ଆଗରେ ରହିଛନ୍ତି।

- Advertisement -

ତେବେ କାକଟପୁର ଏବଂ ପୁରୀ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି। କାକଟପୁରରେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଇଧର ମଲ୍ଲିକଙ୍କଠାରୁ ୧୫୫୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ପୁରୀରେ ବିଜେଡି ପ୍ରାର୍ଥୀ ସୁନିଲ କୁମାର ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବିଜେପିର ଜୟନ୍ତ କୁମାର ଷଡ଼ଙ୍ଗୀଙ୍କଠାରୁ ମାତ୍ର ୯୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories