ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ମଣ୍ଡଳ ବିଜେପି ପକ୍ଷରୁ ଅନୁଷ୍ଠିତ ହେଉଥିବା ଦୁଇଦିନିଆ ଅଖିଳ ଭାରତୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଦିବସର ଅତିଥି ଭାବେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ସାଂସଦ ଅନନ୍ତ ନାୟକ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବରିଷ୍ଠ ବିଜେପି ନେତା ଅମରବର ଖଟୁଆ, ପୂର୍ବତନ ମଣ୍ଡଳ ସଭାପତି ପ୍ରହଲ୍ଲାଦ ପଲେଇ, ଦୁର୍ଗାଚରଣ ନାଏକ ପ୍ରମୁଖ ଯୋଗ ଦେଇ କାର୍ୟ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସାଧାରଣ ସମ୍ପାଦକ ସଂଜୟ କୁମାର ପଲେଇ, ଉପସଭାପତି ଦିଲ୍ଲୀପ ରଣାଙ୍କ ସହ ସର୍ବଶ୍ରୀ ଡମ୍ବରୁଧର ମହାନ୍ତ, ନରହରି ମହାନ୍ତ, ଶଶିଭୂଷଣ ମହାନ୍ତ, ଦୂର୍ଗା ମହାନ୍ତ, ଦିଲ୍ଲୀପ ମହାନ୍ତ, ଗୋପାଳି ଚରଣ ବେହେରା, ମଙ୍ଗୁଳି ବାରିକ ଓ ସୋମବାରୀ ମୁଣ୍ଡା ପ୍ରମୁଖ ଶତାଧିକ ଦଳୀୟ କାର୍ୟ୍ୟକର୍ତ୍ତା ଶିବିରରେ ସାମିଲ ଥିଲେ ।
Popular Categories



