www.samajalive.in
Monday, November 17, 2025
17.1 C
Bhubaneswar

ନିର୍ବାଚନ ଜିତିବାକୁ ବିଜେଡି ଭୋଟରକୁ ପ୍ରଲୋଭିତ କରୁଛି : କଂଗ୍ରେସ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଶାସକ ବିଜୁ ଜନତାଦଳକୁ ଲୋକ ଆଉ ଚାହୁଁନାହାନ୍ତି। ତେଣୁ ନିର୍ବାଚନରେ ଜିତିବାକୁ ବିଭିନ୍ନ ବେଆଇନ କାମ କରିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଥିବା ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଶନିବାର ରାତ୍ରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ତାଙ୍କର ଗାଡିରେ ଶାଢୀ ,ଗାମୁଛା ଓ ମଦ ବୋତଲ ରଖି ଲୋକଙ୍କୁ ବାଣ୍ଟିବାକୁ ଉଦ୍ୟମ କରୁଥିବାରୁ ତାଙ୍କର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ  ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ମୁନା ତ୍ରିପାଠୀ ଯୋଗଦେଇ ବିଜେଡି ପ୍ରତି ଭୋଟରଙ୍କର ବିଶ୍ୱାସ ତୁଟି ଯାଇଛି। ସବୁ ଜାଗାରେ ଲୋକଙ୍କର ପ୍ରଶ୍ନରେ ଘାଇଲା ହେଉଛନ୍ତି। ଲୋକ ଜବାବ ମାଗି ଟେକା, ଅଣ୍ଡା ମାରିବା ସହ ବାଡି ଧରି ଗୋଡାଉ ଛନ୍ତି। ବିଜେଡି ଘଡିସନ୍ଧି ଦେଇ ଗତି କରୁଛି। ସେ ପଟେ ତୃତୀୟମହଲାରୁ ଜିତାଇବା ପାଇଁ ଚାପ ରହୁଛି। ଜିଲା ବିଜେଡି ସଭାପତି ତଥା ସାଂସଦ ରମେଶ ମାଝୀଙ୍କର ଦୁର୍ବଳ ନେତୃତ୍ୱ ଯୋଗୁଁ ଲୋକ ଦଳ ଉପରେ ବିଶ୍ୱାସ ହରାଇଛନ୍ତି।

ନିକଟରେ ସାତଟି ଆଦିବାସୀ ସଂଗଠନ କଂଗ୍ରେସରେ ସାମିଲ ହୋଇଥିବାରୁ ଦଳ ଅଧିକ ସୁଦୃଢ ହୋଇଥିବା ସେ କହିଥିଲେ। ବିଜେଡି ଆଗକୁ ଅଧିକ ହିଂସ୍ର ହେବାର ସମ୍ଭାବନା ରହିଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା, ମଦ, ଶାଢୀ, ଲୁଙ୍ଗି ଓ ମାଗୁଛା ଓ ହଣ୍ଡା ଡେକଚି ବାଣ୍ଟୁଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ସମସ୍ତ ୨୬ଟି ଜୋନରେ କଂଗ୍ରେସ ସୁରକ୍ଷା ବାହିନୀ ଗଠନ କରିଥିବା ସେ କହିଥିଲେ। ବିଜେଡି ଏଭଳି କାରନାମାରୁ ନିବୃତ ରହନ୍ତୁ। ନଚେତ ବିପ୍ଲବୀ କଂଗ୍ରେସ ଛାଡିବ ନାହିଁ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ପୂର୍ବତନ ଡାବୁଗାଁ ବିଧାୟକ ଭୂଜବଳ ମାଝୀ ଏତିରେ ଯୋଗଦେଇ ବିଧାୟକ ଶ୍ରୀରନ୍ଧାରୀ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ଭୋଟରକୁ ବିଭିନ୍ନ ଜିନିଷ ବଣ୍ଟନ କରୁଛନ୍ତି । ଏହା ସଂପର୍କରେ ବ୍ଲକ, ଜିଲା ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉ ନାହିଁ । ଜିଲା ପ୍ରଶାସନ ଶାସକ ଦଳର ଇସାରାରେ କାମ କରୁଛନ୍ତି । ଆଜି ସକାଳେ ବିଧାୟକଙ୍କର ଜବତ ଗାଡିକୁ ଛଡା ଯାଇଥିବାରୁ ସେ ପୁଲିସକୁ ନିନ୍ଦା କରିଛନ୍ତି । ବିଜେଡି ସବୁ ଜୋନରେ ହଣ୍ଡା ଡେକଚି ବଣ୍ଟନ କରୁଛି । ବିଜେଡି କ୍ଷମତା ପାଇଁ ସମସ୍ତ ନୀତି ନିୟମକୁ ଖେଲା ଉଳଙ୍ଘନ କରୁଛି ବୋଲି କହିଥିଲେ। ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ମାମଲା ରହିଛି। ସେ ଦୁର୍ନୀତିରେ ବୁଡି ରହୁଛନ୍ତି। ସେ ସରକାରୀ ନିୟମକୁ ମାନୁନାହାନ୍ତି। ଗରୀବକୁ ଲୁଟୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି । ପାପଡାହାଣ୍ଡି ଜୋନ- ୨ର ଜିଲା ପରିଷଦ ପ୍ରାର୍ଥୀ ଡାକ୍ତର ଲିପିକା ମାଝୀଙ୍କୁ ବିଧାୟକ ଶ୍ରୀ ରନ୍ଧାରୀଙ୍କ ପିତା ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀଙ୍କୁ ଦୁର୍ବ୍ୟବହାର କରିବା ସହ ମହିଳାମାନଙ୍କୁ ଦୁର୍ବ୍ୟବହାର କରି ଉଠାଇନେବାକୁ ଧମକ ଦେଇଥିବା କହିଥିଲେ। ତାଙ୍କର ପ୍ରଚାର ଗାଡିକୁ ବିଜେଡି କର୍ମୀ ମାନେ ଚୁରମାର କରିଛନ୍ତି। ତାଙ୍କର ଦ୍ୱାରା ଏହି ଅଞ୍ଚଳରେ କିଭଳି ଭଲ କାମ ହେବ ବୋଲି ପ୍ରଶ୍ନ କରିବା ସହ ଯିଏ ଭଲ କାମ କରିବ ତାକୁ ଲୋକମାନେ ଭୋଟ ଦିଅନ୍ତୁ ବୋଲି ନିବେଦନ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା କଂଗ୍ରେସ ଉପସଭାପତି ଦିଲୀପ ବେହେରା, ନଗର ସଭାପତି ଭୀମ ହରିଜନ , ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ଓ ଅବଦୁଲ ଫିରୋଜ ଉପସ୍ଥିତ ଥିଲେ।

Hot this week

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

Related Articles

Popular Categories