www.samajalive.in
Sunday, December 7, 2025
18.1 C
Bhubaneswar

ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାରଙ୍କ ଜିରୋ ଟଲେରାନ୍ସ ନୀତି: ବିଜେଡି

ଭୁବନେଶ୍ୱର: ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାର ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି। ଅନ୍ୟ ରାଜ୍ୟରେ ଶାସନ କରୁଥିବା ଦଳଗୁଡିକ ବ୍ୟାପକ ରାଜନୈତିକ ହିଂସାରେ ମାତି ଥିବାରୁ ସେମାନେ ଓଡିଶା ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ।

ଶ୍ରୀ ସାହୁ କହିଛନ୍ତି ଯେ ଏନ୍‍ସିଆରବିର ‘କ୍ରାଇମ ଇନ୍‍ ଇଣ୍ଡିଆ ୨୦୧୯’ ରିପୋର୍ଟ ଅନୁଯାୟୀ ସେହିବର୍ଷ ଓଡିଶାରେ ଗୋଟିଏ ହେଲେ ରାଜନୈତକ ହିଂସା ଘଟିନାହିଁ। ୨୦୧୯ରେ ପଶ୍ଚିମବଙ୍ଗରେ ୧୨ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଥିବାବେଳେ ବିହାରରେ ୬ଟି ଏବଂ ଝାଡଖଣ୍ଡ, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି କରି ରାଜନୈତିକ ହତ୍ୟାକାଣ୍ଡ ଘଟିଯାଇଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳର ସରକାର ଶାସନ କରୁଛନ୍ତି।

- Advertisement -

ମାହାଙ୍ଗାରେ ଦୁଇ ଜଣଙ୍କ ହତ୍ୟା ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ଏବଂ ଅପରାଧିଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ଏସ୍‍.ପି ବି.ଯୁଗଳକିଶୋର କହିସାରିଛନ୍ତି।  ଏହି ହତ୍ୟାକାଣ୍ଡ ପଛର ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତକୁ ଅପେକ୍ଷା କରାଯାଉଛି। ବିଜେଡି କୌଣସି ପ୍ରକାର ରାଜନୈତିକ ହିଂସାକାଣ୍ଡକୁ ପ୍ରଶୟ ଦିଏ ନାହିଁ ଏବଂ ମାହାଙ୍ଗା ଘଟଣାରେ ମଧ୍ୟ ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories