www.samajalive.in
Saturday, December 6, 2025
26.1 C
Bhubaneswar

ସଲାକୁସ୍ତିରେ ଚାଲିଛି ବିଜେଡ଼ି-ବିଜେପି ରାଜନୀତି : ନିରଞ୍ଜନ

ଭୁବନେଶ୍ୱର : ଲୋକସଭାରେ ବିଜେଡି ସାଂସଦମାନେ କୃଷି ବିଲ୍‍କୁ ସମର୍ଥନ କଲେ କିନ୍ତୁ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ଏବଂ ବିରୋଧ କଲେ। ଯେଉଁସବୁ ଆଭିମୁଖ୍ୟ ରଖି ବିଜେଡ଼ି ରାଜ୍ୟସଭାରେ ପ୍ରଶ୍ନ ଉତ୍‍ଥାପନ କରିଛନ୍ତି ଲୋକସଭାରେ ସେମାନେ କେଉଁଠି ଥିଲେ ଏବଂ ପ୍ରଶ୍ନ ଉତଥାପନ କରି ନଥିଲେ କାହିଁକି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ ବିଜେଡ଼ି-ବିଜେପି ମଧ୍ୟରେ ସଲାକୁସ୍ତି ରାଜନୀତି ଚାଲିଛି। ବର୍ତ୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ
ଚିତ୍ର ଦେଖୁଛନ୍ତି। ଏହି ଚିତ୍ରରେ କୃଷି ବିଲ୍‍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ। ପ୍ରଶ୍ନ ହେଲା ୭-୮ ବର୍ଷ ହେଲାଣି ଲକ୍ଷ ଲକ୍ଷ ଲୋକ ଚିଟ୍‍ଫଣ୍ଡ୍‍କୁ ଟଙ୍କା ଦେଇ ବସିଛନ୍ତି, ତା’ ଉପରେ କିଛି ହେଲା ନାହିଁ, ସେମାନଙ୍କ ଦୁଃଖ ସରକାର ବୁଝିଲେ ନାହିଁ। ସରକାର କମିଶନ ବସାଇଲେ ଓ କମିଶନ ଭାଙ୍ଗିଲେ। କମିଶନ ଭାଙ୍ଗିଲା ବେଳେ ପ୍ରାୟ ୭ ଲକ୍ଷ ଦରଖାସ୍ତ ପଡ଼ି ରହିଥିଲା। ଯାହାକି କମିଶନଙ୍କ ଦୃଷ୍ଟିଗୋଚରକୁ ଆସି ନଥିଲା। ତା’ଉପରେ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ନଥିଲା। ଏହିଭଳି ହାସ୍ୟାସ୍ପଦ ରାଜନୀତି ଓଡିଶାରେ କେତେ ଦିନ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜୁଜନତା ଦଳ ସିବିଆଇକୁ ଭୟକରି ନିର୍ବାଚନ ଏବଂ ସିବିଆଇ କେଳେଙ୍କାରୀ କଥା କହୁଛନ୍ତି। ସିିବିଆଇ ମଧ୍ୟ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ଶୀଘ୍ର ନକରି ୭-୮ ବର୍ଷ କେସ୍‍କୁ ପକାଇ ରଖିଛନ୍ତି କାହିଁକି? ତେବେ ଯେଉଁ କୃଷି ବିଲ୍‍ କଥା ଆଲୋଚନା କରାଯାଉଛି କୃଷିବିଲ୍‍ରେ ବହୁ ଗୁଢ଼ ତଥ୍ୟ ରହିଛି। ସରକାର ବହୁ ମିଠାକଥା କହିଛନ୍ତି, ଭାଷଣ ଦେଇଛନ୍ତି, ଲୋକମାନଙ୍କ ସବୁ ସୁବିଧା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେ ପ୍ରତିଶ୍ରୁତିଗୁଡିକ କିଭଳି ପାଳନ କରାଯିବ ଉଦାହରଣ ସ୍ୱରୂପ ଚାଷୀ ବିକିବା
ମୂଲ୍ୟ ଏବଂ ଖାଉଟି ଖାଇବା ମୂଲ୍ୟ ଭିତରେ ଭାରତବର୍ଷରେ ସବୁଠାରୁ ବେଶି ପ୍ରଭେଦ ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ବା ଅନ୍ୟାନ୍ୟ ଦେଶରେ ୧୦ ରୁ ୩୦ ପ୍ରତିଶତ ପ୍ରଭେଦ ଥିଲାବେଳେ ଭାରତବର୍ଷରେ ପ୍ରାୟ ଚାଷୀ ଏବଂ ଖାଉଟିଙ୍କ ପ୍ରଭେଦ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ। ଭାରତବର୍ଷରେ ଯେଉଁ ଚାଷୀ ଅଛନ୍ତି ସେଥିମଧ୍ୟରୁ ପ୍ରାୟ ୬୦-୭୦ ପ୍ରତିଶତ
ଛୋଟ ଚାଷୀ। ସେହି ଯେଉଁ ଫାଇଦା ଚାଷୀମାନଙ୍କୁ ଖୁଦ୍ର ଚାଷୀ ଉପଗତ ହେବକି? ଯଦି ହେବ କିଭଳି ଭାବରେ ହେବ। ସେହିଭଳି ଭୂତିଭୂମି କାହିଁ? ଯାହା ଜଣାପଡ଼ୁଛି ଏହାଦ୍ୱାରା ସେହି ବଡ ବଡ ବ୍ୟବସାୟୀମାନଙ୍କୁ ଫାଇଦା ହେବ। ତେଣୁ ଏଥିପାଇଁ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକ୍ରମ ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories