ବିଜେଡିର ତିନିଦିନିଆ ରାଜ୍ୟବ୍ୟାପୀ ବିକ୍ଷୋଭ

0

ଭୁବନେଶ୍ୱର:-ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ଏନଡିଏ ସରକାରଙ୍କ ଅମଳରେ ପେଟ୍ରୋଲ ଲିଟର ୭୭ ଓ ଡିଜେଲ୍‍ ଲିଟର ୭୩ ଟଙ୍କା ଟପିସାରିଲାଣି। ଏଭଳି ତୈଳ ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ସମେତ ବିଭିନ୍ନ ବ୍ଲକ ସମ୍ମୁଖରେ ପ୍ରତିବାଦମୂଳକ ଧାରଣା ଦିଆଯାଇଥିଲା। ସୋମବାର ରାଜଭବନ ସମ୍ମୁଖରେ ବିଜେଡି କାର୍ଯ୍ୟକର୍ତ୍ତାମାନେ ଧାରଣାରେ ବସିଥିଲେ। ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡିର ଏକ ୩୦ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଉପସ୍ଥିତ ନେତୃବୃନ୍ଦ ଧାରଣାସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନିଜ ନିଜ ବକ୍ତବ୍ୟରେ କହିଥିଲେ, ଯେ ଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଗଠିତ ଏନ୍‍ଡିଏ ସରକାର ଅମଳରେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର କମିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍‍ ମୂଲ୍ୟ ହ୍ରାସ କରାଯାଇନାହିଁ। କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ପେଟ୍ରୋଲ ଓ ଡିଜେଲ୍‍ ଦର ବଢ଼ି ଏବେ ଆକାଶଛୁଆଁ ହେଲାଣି। ଜିଏସ୍‍ଟି ପ୍ୟାନେଲ୍‍ ମୁଖ୍ୟ ତଥା ବିହାର ଅର୍ଥମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି, ପେଟ୍ରୋଲଜାତ ଦ୍ରବ୍ୟଗୁଡିକୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରାଯିବା ନେଇ ହେଉଥିବା ଆଲୋଚନା ସଂପୂର୍ଣ୍ଣ ଅମୂଳକ। ତେଣୁ ପେଟ୍ରୋଲିୟମ୍‍ ମନ୍ତ୍ରୀ ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍‍କୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ବିିଚାରବିମର୍ଶ ଚଳାଇ ଥିବା ନେଇ ଦେଇଥିବା ବିବୃତିକୁ ସେମାନେ ସମାଲୋଚନା କରିଥିଲେ। ପେଟ୍ରୋଲ ଓ ଡିଜେଲ୍‍ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ନେଇ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଉପସ୍ଥିତ ବିଜେଡି ନେତୃବୃନ୍ଦ ଦାବି କରିଥିଲେ।
ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଧାରଣ ସଂପାଦକ ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଡ. ଅରୁଣ କୁମାର ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲିକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ଜଗଦେବ, ଦେବାଶିଷ ନାୟକ, ବ୍ୟୋମକେଶ ରାୟ, କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ରଘୁନାଥ ସାହୁ, ରବି ନାରାୟଣ ପାଣି, ରାଜ୍ୟ ସଂପାଦକ ବିଜୟ ନାୟକ, ସମ୍ବିତ ରାଉତରାୟ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, କୁନବିହାରୀ ଦାସ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ମେୟର ମିହିର କୁମାର ମହାନ୍ତି, ଭୁବନେଶ୍ୱର ଜିଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମୁଖପାତ୍ର ସୁଲୋଚନା ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ସୁଲତା ଦେଓ, ଗୀତା ବସ୍ତିଆ ଓ ଏଲିନା ଦାଶ ପ୍ରମୁଖ ଏହି ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

Leave A Reply