ବଗି ଛାଡି ଚାଲିଗଲା ବିଶାଖା ଏକ୍ସପ୍ରେସ
ବାଲୁଗାଁ: ଭୁବନେଶ୍ୱର ରୁ ସିକନ୍ଦରବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ବାଲୁଗାଁ ନିକଟରେ ଶନିବାର ସକାଳେ ଦୁଇ ଭାଗ ହୋଇଥିବା ସୂଚନା ମିଳିଛି। ଦୁଇ ଭାଗ ହେବା ପରେ ଏକ୍ସପ୍ରେସ ପ୍ରାୟ ୨ କିମି ଗଡି ଯାଇଥିଲା। ଖବର ପାଇ ବାଲୁଗାଁ ଷ୍ଟେସନ୍ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପୁଣି ବଗିଗୁଡ଼ିକ ଆଣି ଇଞ୍ଜିନ୍ ସହ ସଂଯୋଗ କରାଇଥିଲେ। ପରେ ଏକ୍ସପ୍ରେସ ଗନ୍ତବ୍ୟସ୍ଥଳକୁ ଯାତ୍ର କରିଥିଲା। ଏହି କାରଣରୁ ଏକ୍ସପ୍ରେସଟି ବ୍ରହ୍ମପୁର ଷ୍ଟେସନରେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା।
Comments are closed.