www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ନାହାନ୍ତି ଗାନ୍ଧୀବାଦୀ ପାବକ କାନୁନଗୋ

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଗାନ୍ଧୀବାଦୀ ପ୍ରଫେସର ପାବକ କାନୁନଗୋଙ୍କ ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। କଟକ ମର୍କତନଗରସ୍ଥିତ ତାଙ୍କ ବାସଭବନରେ କାନୁନଗୋଙ୍କ ପରଲୋକ ଘଟିଛି। ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ ସେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରେ ବହୁବର୍ଷ ଧରି କାର୍ଯ୍ୟ କରିଥିଲେ। ରାଜ୍ୟର ଜଣେ ବିଖ୍ୟାତ ବୁଦ୍ଧିଜୀବୀ, ଶିକ୍ଷାବିତ ଡ. ପାବକ କାନୁନଗୋ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ, ସ୍ଵାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଭାବେ ପରିଚିତ କଟକର ସ୍ଵରାଜ ଆଶ୍ରମ ସମ୍ପର୍କରେ ଉଚ୍ଚକୋଟିର ଗବେଷଣା ପୁସ୍ତକ ରଚନା କରି ପ୍ରସିଦ୍ଧି ଲାଭ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ପାବକ କାନୁନଗୋ ଜ୍ଞାନମଣ୍ଡଳ ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ବହୁ ବର୍ଷ କାର୍ଯ୍ୟ କରିବା ସହିତ ଓଡ଼ିଆ ଭାଷାର ଏହି ଜ୍ଞାନକୋଷକୁ ଘରେ ଘରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପାବକ କାନୁନଗୋଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories