www.samajalive.in
Friday, December 12, 2025
23.1 C
Bhubaneswar

୨୦୨୧-୨୨ ଶିକ୍ଷାବର୍ଷରେ ପ୍ଲେସମେଣ୍ଟ୍‌ର ଶୀର୍ଷ ଛୁଇଁଛି ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି ।

ଭୁବନେଶ୍ୱର: କୋଭିଡର ଏହି ମହାମାରୀ ସମୟରେ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟିର ଏମ.ବି.ଏ ଛାତ୍ରଛାତ୍ରୀମାନେ ସର୍ବାଧିକ ୨୨ଲକ୍ଷ ପର୍ଯ୍ୟନ୍ତ ପ୍ୟାକେଜ୍‌ ସହିତ ବହୁତ ଭଲ କମ୍ପାନୀରେ ସ୍ଥାନିତ ହୋଇଛନ୍ତି । ଏହି ପ୍ଲେସମେଣ୍ଟରେ ହାରାହାରି ୮.୪୫ ଲକ୍ଷ ପର୍ଯ୍ୟନ୍ତ ପ୍ୟାକେଜ୍‌ର ଅଫର୍‌ ଛାତ୍ରଛାତ୍ରୀମାନଙ୍କୁ ମିଳିଛି । ଅଧିକାଂଶ ଛାତ୍ରଛାତ୍ରୀ ବହୁତ ଖ୍ୟାତିସଂପନ୍ନ କର୍ପୋରେଟ୍‌ ଯଥା- ଟାଟା ଏଆଇଜି, ଗୋଦରେଜ୍‌ ପ୍ରପରଟିଜ୍‌, ଆଇଟିସି, ଏସବିଆଇ ଲାଇଫ୍‌, ରିଲାଏନ୍ସ୍‌ ରିଟେଲ୍‌, ଆଡ୍‌ ଫ୍ୟାକ୍‌ଟରସ୍‌ ଇତ୍ୟାଦି କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ।

ଏହି ପ୍ଲେସମେଣ୍ଟର ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଛାତ୍ରଛାତ୍ରୀମାନେ ଦୁବାଇ, ଆବୁଧାବି ଏବଂ କତାରରେ ପ୍ଲେସମେଣ୍ଟ୍‌ ପାଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀମାନେ ଭାରତରେ ଅବସ୍ଥିତ ଆମେରିକୀୟ କମ୍ପାନୀଗୁଡିକରେ ସ୍ଥାନିତ ହୋଇଛନ୍ତି । ସାମ୍ବାଦିକତା ଶିକ୍ଷାର୍ଥୀମାନେ ସର୍ବୋଚ୍ଚ ୫.୪୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ପ୍ରତିଷ୍ଠିତ ଗଣମାଧ୍ୟମ ଓ ଲୋକସମ୍ପର୍କ ଅନୁଷ୍ଠାନରେ ସ୍ଥାନିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ଫିନାନସିଆଲ୍‌, ଏଫଏମସିଜି, ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌, କନସଲଟିଂ, ଆଇଟି, ମିଡିଆ, ପବ୍ଲିକ୍‌ ରିଲେସନସ୍‌ ଏବଂ ଆଡଭାଟାଇଜିଂ ଇତ୍ୟାଦି କ୍ଷେତ୍ରରେ ସ୍ଥାନିତ କରିଛନ୍ତି ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories