www.samajalive.in
Saturday, December 6, 2025
19.1 C
Bhubaneswar

ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କର ଜିଲାସ୍ତରୀୟ ବଳିଦାନ ସ୍ମୃତି ଦିବସ

କେନ୍ଦୁଝରଗଡ : ଜିଲା ଗୋଁଡ ସାଂସ୍କୃତିକ ସମାଜ କେନ୍ଦୁଝର ପକ୍ଷରୁ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କର ଜିଲାସ୍ତରୀୟ ବଳିଦାନ ସ୍ମୃତି ଦିବସ ସୋମବାର କେନ୍ଦୁଝରଗଡ଼ ସହିଦଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଜିଲାର ବାଲିପୋଖରୀପଲ୍ଲୀ, ପିପିଳିଆ, ତେଲକୋଇ, ଚମ୍ପୁଆ, ଆନନ୍ଦପୁରଠାରେ ମଧ୍ୟ ଦୁର୍ଗାବତୀଙ୍କର ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଗୋଁଡ ସାଂସ୍କୃତିକ ସମାଜ ସଭାପତି ଜନାର୍ଦ୍ଦନ ନାଯକ ଅଧ୍ୟକ୍ଷତା କରି ମହାରାଣୀ ଦୁର୍ଗାବତାଙ୍କର ବଳିଦାନ ଭାରତୀୟ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଥିଲେ ।

ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ମୋଗଲ ଶାସକ ଆକବରଙ୍କ ସହିତ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ମଧ୍ୟରେ ୧୫୬୪ରେ ହୋଇଥିବା ଯୁଦ୍ଧରେ ରାଣୀ ଦୁର୍ଗାବତୀ ଜଣେ ମହିଳା ହୋଇଥିଲେ ମଧ୍ୟ ଆକବର ସେନାକୁ ୩ଥର ପରାସ୍ତ କରିଥିଲେ ଏବଂ ଚତୁର୍ଥ ଯୁଦ୍ଧରେ ପରାସ୍ତ ହୋଇ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ବଳିଦାନ କରିଥିବା ଭଳି ବୀରତ୍ୱର ଗାଥା କହିଥିଲେ । ତେଣୁ ଏହି ଦିବସକୁ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ରୂପେ ପାଳନ କରାଯାଉଛି ବୋଲି କହିଥିଲେ ।

- Advertisement -

ଜିଲା ଗୋଁଡ ସାଂସ୍କୃତିକ ସମାଜର ଉପଦେଷ୍ଟା କୀର୍ତ୍ତନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୧୪୦୦ରୁ ୧୮୦୦ ଶତାବ୍ଦୀ ପର୍ଯ୍ୟନ୍ତ ସମଗ୍ର ଭାରତର ବିଭିନ୍ନ ପ୍ରାନ୍ତରେ ଗୋଁଡ ସମ୍ପ୍ରଦାୟର ରାଜତ୍ୱ ବିସ୍ତାର ଲାଭ କରିଥିଲା ବୋଲି କହିଥିଲେ । ଜିଲା ଗୋଁଡ ସମାଜର ଅପୁର୍ବ ନାୟକ ଏଥିରେ ଯୋଗଦେଇ ଲୁପ୍ତପ୍ରାୟ ଗୋଁଡ ସାମରିକ କଳା ଓ ଗୋଁଡ ପାରମ୍ପରିକ ଖଣ୍ଡା ନୃତ୍ୟ ସଂସ୍କୃତିକୁ ଉଜୀବିତ ରଖିବା ପାଇଁ ବ୍ୟାପକ ସଚେତନ ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ବାଲିପୋଖରୀପଲ୍ଲୀ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ଗୋଁଡ ପାରମ୍ପାରିକ ଖଣ୍ଡା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ସମ୍ପାଦକ ଚକ୍ରଧର ନାୟକ, ଫକୀର ଚରଣ ଖଣ୍ଡା, ଗୋବିନ୍ଦ ଚନ୍ଦ୍ର ନାୟକ, ଶ୍ରୀକାନ୍ତ ନାୟକ, ଦୟାନିଧୂ ଖଣ୍ଡା, ଜୟନ୍ତୀ ସିଂହ, ଶୈଳେନ୍ଦ୍ର ନାୟକ, ସନାତନ ନାୟକ, କାର୍ତିକ ସିଂହ, ରମେଶ ଚନ୍ଦ୍ର ନାୟକ, ମାଳତୀ ନାୟକ, କୈଳାସ ନାୟକ, ବାସୁଦେବ ନାୟକ, ଦୈତାରୀ ସିଂହ, ରଙ୍ଗାଧର ସିଂହ ପ୍ରମୁଖ ସଙ୍ଗଠନର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ନିର୍ମଳ ଚନ୍ଦ୍ର ନାଯକ ସଂଯୋଜନା କରିଥିବା ବେଳେ କୁନି ଖଣ୍ଡା, ଜ୍ୟୋସ୍ନା ବିଧୁସ୍ମିତା ନାଏକ, ରାଜଶ୍ରୀ ଖଣ୍ଡା, ବିଶେଶ୍ୱରୀ ଖଣ୍ଡା, ଲୀନା ନାଏକ ଓ ସୁପ୍ରିୟା ଖଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories