www.samajalive.in
Thursday, December 11, 2025
13.1 C
Bhubaneswar

‘ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ’

ଭୁବନେଶ୍ୱର : କନିକାର ଗାନ୍ଧୀ ଭାବେ ପରିଚିତ କନିକା ପ୍ରଜା ଆନ୍ଦୋଳନର ଅଗ୍ରଦୂତ ବିପ୍ଳବୀ ଚକ୍ରଧର ବେହେରାଙ୍କର ଆଦର୍ଶ ଓ ଆଚରଣ ଥିଲା ଅନନ୍ୟ । ବିପ୍ଳବରୁ ଜନ୍ମ ନିଏ ଶାନ୍ତି ଏବଂ ପ୍ରଗତି । ଏହି ଦୃଷ୍ଟିରୁ ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ ବୋଲି ଅତିଥି ବକ୍ତାମାନେ ଉଲ୍ଲେଖ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଚକ୍ରଧର ବେହେରାଙ୍କୁ ଏକାଧାରରେ ଜଣେ ଦୂରଦ୍ରଷ୍ଟା, ବିପ୍ଳବୀ, ଦରିଦ୍ରର ବନ୍ଧୁ, ବ୍ୟବସ୍ଥାପକ, ସଂଗଠକ ତଥା ଯୁଗପୁରୁଷ ଭାବେ ଅଭିହିତ କରିଥିଲେ । କନିକା ଜନଆନ୍ଦୋଳନକୁ ଅର୍ଦ୍ଧଶତାବ୍ଦୀ ଧରି ସଂଗଠିତ କରିବାରେ ବିପ୍ଳବୀ ଚକ୍ରଧର ବହୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିଥିଲେ । କନିକା ପ୍ରଜାଙ୍କ ହିତ ପାଇଁ ସେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି ବୋଲି ବିଧାୟକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

- Advertisement -

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ କୃତି ଓ କୀର୍ତ୍ତି ବାବଦରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଚକ୍ରଧର ଥିଲେ ଆଜନ୍ମ ବିପ୍ଳବୀ । ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ କନିକା ପ୍ରଜାଙ୍କୁ ମୁକ୍ତ କରିବା ପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ । ଅନ୍ୟାୟର ପ୍ରତିବାଦ ପାଇଁ ସେ ମୁହୂର୍ତ୍ତେ ବିଳମ୍ବ କରୁନଥିଲେ ଏବଂ ବ୍ୟକ୍ତିଗତ ଲାଭ ପାଇଁ କଦାପି ସାମାନ୍ୟ ସାଲିସ୍‌ କରୁନଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୀବନୀ ଆଦର୍ଶ ନେଇ ଅନେକ ଅନାଲୋଚିତ ତଥ୍ୟ ଉପସ୍ଥାପନ କରିଥିଲେ । କନିକାର ସ୍ୱାର୍ଥ ପାଇଁ ତାଙ୍କ ସଂଘର୍ଷ, ତ୍ୟାଗ ଓ ସେବା ଉତ୍ତରପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଚକ୍ରଧରବାବୁ ନିଜର ଆଦର୍ଶ ଓ ଆଚରଣ ପାଇଁ ଜୀବନରେ ଅସାଧାରଣ ପ୍ରତିଷ୍ଠା ଅର୍ଜନ କରିଥିଲେ । ସେ ବିନା ସାଲିସରେ ମୁଣ୍ଡ ଉପରକୁ କରି ଯେଉଁ ସଂଗ୍ରାମ କରିଥିଲେ ତାହା ଇତିହାସରେ ସ୍ମରଣୀୟ ଅଧ୍ୟାୟ ହୋଇରହିବ । ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ଆଜି ସକାଳେ ରାଜଭବନ ଛକସ୍ଥିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ବିପ୍ୱଳୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ତାଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories