ବାରିପଦା : ନାବାଳକ ବାଇକ ଚାଳକଙ୍କଠୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବାରିପଦା-ଉଦଳା ରାସ୍ତା ଡୁକୁରା ଛକରେ ଜଣେ ନାବାଳକ ବାଇକ ଚଳାଇବା ସମୟରେ ଧରାପଡିବା ପରେ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ହୋଇଛି । ନାବାଳକ ବାଇକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ତେଣୁ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଯୋଜନା କରାଯାଉଛି । ଅନ୍ୟପଟେ ବାରିପଦା ସହରର ୪ଟି ସ୍କୁଲ ବସକୁ ୫ ହଜାର ଲେଖାଏଁ ଜରିମାନା ହୋଇଛି । ବସଗୁଡିକର ଫିଟନେସ୍ ଓ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
Popular Categories



