ପାଟଣା : ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କାଶିଆ ନିକଟରେ ଆଜି ସଂଧ୍ୟା ସାଢେ ୭ଟା ସମୟରେ ଢେଙ୍କିକୋଟ ଅଭିମୁଖେ ବାଇକ୍ ରେ ଆସୁଥିବା ବଡ଼ବିଲ ଗ୍ରାମର ମଲ୍ଲିନ୍ଦ୍ର ମହାନ୍ତଙ୍କ ବାଇକ୍ କୁ ସାମ୍ନା ପଟରୁ ଆସୁଥିବା ଅନ୍ୟ ଏକ ବାଇକ୍ ଡାହାଣ ପଟକୁ ମାଡ଼ି ଆସି ସାଇଡ୍ ମାରିବାରୁ ମଲ୍ଲିନ୍ଦ୍ର ଙ୍କ ବାଇକ୍ ଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଫଳରେ ମଲ୍ଲିନ୍ଦ୍ର ଙ୍କ ବାଇକ୍ ରୁ ଖସିପଡ଼ି ତାଙ୍କ ପତ୍ନୀ ଅନୁପମା ମହାନ୍ତ(୩୮) ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଅଣ୍ଟାରେ ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ମେଡିକାଲ ରେ ଭର୍ତ୍ତି କରାଯାଇଛି । ପାଟଣା ଥାନା ଏସ୍ଆଇ ଅରୁପ କୁମାର ସାମଲ ଘଟଣାର ତଦନ୍ତ କରୁଛନ୍ତି ।
Popular Categories



