ଆନନ୍ଦପୁର : ମୃତିକା ଉର୍ବରାତା ଯାଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ଚାଷ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ସହିତ ସବୁପ୍ରକାର ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି । ଏହି ଯୋଜନାରେ କୃଷି ବିଭାଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ସଚେତନତା ରଥ ସମସ୍ତ ବ୍ଲକର ଗ୍ରାମପଂଚାୟତ ପରିକ୍ରମା କରିବ । ଏଥିରେ କୃଷି ଅଧିକାରୀମାନେ ଆବଶ୍ୟକ ସ୍ଥଳେ ଉପସ୍ଥିତ ରହି କୃଷି ଓ କୃଷକ ମାନଂକୁ ସେମାଙ୍କର ଅସୁବିଧା ବୁଝି ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦେଶ ରହିଛି ।
ତେବେ ଶୁକ୍ରବାର ଏ ସଚେତନତା ରଥ କେନ୍ଦୁଝର ଜିଲା ଆନନ୍ଦପୁରରେ ପହଂଚି ଥିଲେ ମଧ୍ୟ ଘସିପୁରା ବ୍ଲକରେ ବୁଲିବାର ନିର୍ଦେଶ ଥିଲା ।
ତେବେ ଏ ସମ୍ପର୍କରେ କାହାକୁ କୌଣସି ସୂଚନା ଦିଆନଯାଇ ଘସିପୁରା ବ୍ଲକ ଗୋଟିଏ ଦୁଇଟି ସ୍ଥାନରେ ଏହି ରଥକୁ ବୁଲାଇ ଫେରାଇ ଦିଆଯାଇଛି । ଏସମ୍ପର୍କରେ ବ୍ଲକର ଚାଷୀମାନେ ଜାଣିବା ପରେ ଦାୟିତ୍ୱରେ ଥିବା କୃଷି ବିଭାଗ ଉପରେ ତୀବ୍ର ଆସନ୍ତୋଷ ପ୍ରକାଶ କରିବା ସହିତ ଏହାର ପ୍ରତିବାଦରେ କୃଷି ବିଭାଗ କାର୍ୟ୍ୟାଳୟ ଘେରିବେ ସୂଚନା ମିଳିଛି । ଘସିପୁରା ବ୍ଲକର ଜଣେ ଚାଷୀ ତଥା ବରିଷ୍ଠ ବିଜେପି ନେତା ବ୍ରହ୍ମନନ୍ଦ ପଟ୍ଟନାୟକଙ୍କ କହିବାନୁଯାଇ ଘସିପୁରା ବ୍ଲକର କୃଷକ ମାନଂକୁ କୃଷିବିଭାଗ ଅବହେଳା କରିଚାଲିଛି । ଚାଷୀମାନଂକୁ ସରକାରଙ୍କର ଯୋଜନା ସମ୍ପର୍କରେ କୌଣସି ସୂଚନା ଦିଆଯାଉନଥିବା ବେଳେ କୃଷି ଅଧିକାରୀମାନେ ଅଫିସରୁ ବାହାରକୁ ବାହାରୁ ନାହାଁନ୍ତି ।



