www.samajalive.in
Friday, December 5, 2025
26.1 C
Bhubaneswar

ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଛି। ଟ୍ରମ୍ପ ଏବଂ ଦେଶର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ଯେତେବେଳେ ସପ୍ତାହ ଶେଷରେ ଛୁଟି କାଟିବାକୁ ନ୍ୟୁଜର୍ସିସ୍ଥିତ ନିଜ ବ୍ୟକ୍ତିଗତ ଗଲ୍ଫ କୋର୍ସରେ ଥିଲେ ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଶନିବାର ଜୁଲାଇ ୫ରେ ଏକ ବିମାନ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ(ଟିଏଫଆର) ଉଲ୍ଲଂଘନ କରି ଟ୍ରମ୍ପଙ୍କ ଗଲ୍ଫ ପଡ଼ିଆ ସୀମା କ୍ଷେତ୍ରରେ ଉଡ଼ିଥିଲା। ଏହି ଖବର ମିଳିବା ପରେ ଉତ୍ତର ଆମେରିକା ବାୟୁସେନା ପ୍ରତିରକ୍ଷା କମାଣ୍ଡ(ନୋରାଡ)ର ଲଢୁଆ ବିମାନ ତୁରନ୍ତ ପହଞ୍ଚି ଉକ୍ତ ବିମାନକୁ ଘଉଡ଼ାଇଥିଲା। ତେବେ ଗୋଟିଏ ଦିନରେ ଉକ୍ତ ବିମାନଟି ୫ଥର ନିୟମ ଉଲ୍ଲଂଘନ କରିଥିଲା। ଯାହାକୁ ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଥିଲା।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories