ଓକିଲଙ୍କ ଜରିଆରେ ନୁହେଁ, ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ଓକିଲ ଜରିଆରେ ହାଜର ହେବାକୁ ଆବେଦନ କରିଥିଲେ। ଏହି ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଓକିଲ ଜରିଆରେ ନୁହେଁ, ନିଜେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ସୂଚନା ଅନୁସାରେ ସିବିଆଇ କୋର୍ଟଙ୍କ ସମନ ସତ୍ତ୍ୱେ ହାଜର ହେଉ ନ ଥିବାରୁ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି କରିଥିଲା ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଲ କରିଥିଲେ ଶ୍ରଦ୍ଧାଞ୍ଜଳି। ହାଇକୋର୍ଟରେ ଏହା ଖାରଜ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ. ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ରହିଛି। ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇଡ଼ି।
Comments are closed.