ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷୟତାରେ ଲୋକସେବା ଭବନରେ ସକାଳ ୯ଟା୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ୫ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି। ଏହାସହ ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଅନ୍ୟ କିଛି ଘୋଷଣା ମଧ୍ୟ ହୋଇପାରେ ବୋଲି ଆଲୋଚନା ଜୋର ଧରିଛି। ଏସଟି, ଏସସି, ପୂର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ସାଧାରଣ ପ୍ରଶାସନ ଓ ପଛୁଆ ବର୍ଗ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।



