www.samajalive.in
Thursday, December 11, 2025
15.1 C
Bhubaneswar

ରାଜଧାନୀ ସ୍ଥିତି ଅଣାୟତ୍ତ, କମ୍ ବୟସ୍କ ଆକ୍ରାନ୍ତ ଅଧିକ

ଭୁବନେଶ୍ୱର: ଭୁବନେଶ୍ୱରରେ କାୟା ମେଲାଇ ଚାଲିଛି କରୋନା। ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବିଏମ୍‌ସି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଚିହ୍ନଟ ୮୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ଛୋଟ ପିଲା ଏବଂ ହସ୍ପିଟାଲ କର୍ମଚାରୀ ଅଛନ୍ତି। ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୪୯୪ଜଣ ସୁସ୍ଥ ହୋଇଥିବା ବେଳେ ୬୨୪ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ ହୋଇଥିବା ୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ସଙ୍ଗରୋଧର ଏବଂ ୪୬ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି କହିଛି। ଏଥିରେ ୧୦ରୁ ଊର୍ଦ୍ଧ୍ବ ଛୋଟ ପିଲା ଓ ବାଳକ/ବାଳିକା ରହିଛନ୍ତି। ଅଧିକାଂଶ ଆକ୍ରାନ୍ତ ୪୦ ବର୍ଷ ବୟସ ଭିତରେ ଥିବା ଜଣାପଡ଼ିଛି।

ସେହିପରି ୬ ବରିଷ୍ଠ ନାଗରିକଙ୍କ କରୋନା ପଜିଟିଭ ବାହାରିଛି। ଶନିବାର ସୁସ୍ଥ ହୋଇଥିବା ୩୭ଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ନାଗରିକ ଅଛନ୍ତି। ଏହାସହ ସରକାରୀ ଓ ଘରୋଇ ହସ୍ପିଟାଲ/ନର୍ସିଂହୋମ କର୍ମଚାରୀଙ୍କୁ କରୋନା ପଜିଟିଭ ହେବା ସଂଖ୍ୟା ୨୦୦ ପାର ହେଲାଣି। ଆଜି ୭ ହସ୍ପିଟାଲ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଝାରପଡା ବଲାଜୀଗୋବିନ୍ଦ ଆପାର୍ଟମେଣ୍ଟ, ୟୁନିଟ-୧ ଆଖଣ୍ଡଳମଣିବସ୍ତି, ଲକ୍ଷ୍ମୀସାଗର ପ୍ରୀତମ କଲ୍ୟାଣମଣ୍ଡପ, କଳିଙ୍ଗବିହାର, ରସୁଲଗଡ ଜଗନ୍ନାଥବିହାର, ବରମୁଣ୍ଡା ତ୍ରିନାଥବଜାର ନିକଟ, କାନନ ବିହାର, ନୟାପଲ୍ଲୀ ଆଇଆରସି ଭିଲେଜ, ଗଙ୍ଗନଗର, ଟଙ୍କପାଣି ରୋଡ ରାଜାରାଣୀ କଲୋନୀ, ନୟାପଲ୍ଲୀ ଗାନ୍ଧୀବସ୍ତି, ଜୟଦେବ ବିହାର, ଖଣ୍ଡଗିରି, ପାଣ୍ଡରା ଜିଜିପି କଲୋନୀ, ପାହାଳ, କଳିଙ୍ଗନଗର କେ-୭, ପାତ୍ରପଡା, ଟଙ୍କପାଣି ରୋଡ, ପାଣ୍ଡବନଗର, କଳିଙ୍ଗନଗର କେ-୪, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଅମ୍ରିତନଗର, ୟୁନିଟ୍-୪ ଶାସ୍ତ୍ରୀନଗର, ପଟିଆ ଅହଲ୍ୟାନଗର, ଲକ୍ଷ୍ମୀସାଗର ଓସ୍କାର ସିଟି, ୟୁନିଟ୍-୬ ଶବରସାହି ବସ୍ତି, ଚନ୍ଦ୍ରଶେଖରପୁର ପ୍ରାଚୀ ଏନକ୍ଲେଭ ଲୁଇସ୍ ରୋଡ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଜାଗମରାର ରହୁଥିବା ଜଣେ ଘରୋଇ ହସ୍ପିଟାଲର ସୁରକ୍ଷାକର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ନୟାପଲ୍ଲୀ ତ୍ରିନାଥବସ୍ତିରୁ ୪ଜଣ, ଗୌତମନଗର ହରିହର ଏନକ୍ଲେଭରୁ ୩, ଆଚାର୍ଯ୍ୟବିହାର ଦୂରଦର୍ଶନ କେନ୍ଦ୍ର ନିକଟରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories