www.samajalive.in
Friday, December 12, 2025
26.1 C
Bhubaneswar

ଶିଶୁକୁ କ୍ଷୀର ଯୋଗାଇବା ଲାଗି କନଷ୍ଟେବଳ ଟ୍ରେନ ପଛରେ ଦୌଡ଼ିଲେ

ଭୋପାଳ : ଲକଡାଉନ ସମୟରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗକୁ ନେଇ ଚର୍ଚ୍ଚା ଓ ପ୍ରଶଂସା ଜାରି ରହିଛି। ଏହି କ୍ରମରେ ଜଣେ ରେଳ ସୁରକ୍ଷା ବାହିନୀ (ଆରପିଏଫ) କନଷ୍ଟେବଳଙ୍କ ସହଯୋଗ ଚର୍ଚ୍ଚାର ବିଷୟ ହୋଇଛି। ଭୋପାଳ ରେଳ ଷ୍ଟେସନରେ ଏକ ଶିଶୁକୁ କ୍ଷୀର ଯୋଗାଇ ଦେବା ଲାଗି କନଷ୍ଟେବଳ ଜଣଙ୍କ ଚଳନ୍ତା ଟ୍ରେନ ପଛରେ ଦୌଡିଥିଲେ। ଏହି ଦୃଶ୍ୟ ଷ୍ଟେସନର ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହି ସିସିଟିଭି ଫୁଟେଜକୁ ଅନ୍ୟମାନେ ଦେଖିବା ପରେ କନଷ୍ଟେବଳ ଜଣଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି। ଏପରିକି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଆରପିଏଫ କନଷ୍ଟେବଳ ଜଣଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କାର ସହିତ ସମ୍ମାନିତ କରିବା ଲାଗି ମନ୍ତ୍ରୀ ଘୋଷଣା କରିଛନ୍ତି। ଏପରି ପ୍ରଶଂସାର ପାତ୍ର ହୋଇଥିବା କନଷ୍ଟେବଳ ଜଣଙ୍କ ହେଉଛନ୍ତି ଇନ୍ଦର ସିଂହ ଯାଦବ। ଉତ୍ତରପ୍ରଦେଶ ଗୋରଖପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଭୋପାଳ ଷ୍ଟେସନରେ କିଛି ମିନିଟ୍‌ ପାଇଁ ଅଟକି ଥିଲା। ଏହି ସମୟରେ ଟ୍ରେନରେ ଥିବା ସାଫିଆ ହାସମି ନାମକ ମହିଳା ନିଜ ଚାରିବର୍ଷର ଝିଅ ଲାଗି କିଛି କ୍ଷୀର ଯୋଗାଡ କରିବାକୁ କନଷ୍ଟେବଳ ଯାଦବଙ୍କୁ ଅନୁରୋଧ କରିଥିଲେ। ହାସମିଙ୍କ ଅନୁରୋଧ ରକ୍ଷା କରି ଯାଦବ କ୍ଷୀର ଯୋଗାଡ ଲାଗି ଯାଇଥିଲେ। ଯାଦବ ଏକ କ୍ଷୀର ପ୍ୟାକେଟ ଧରି ଆସିବା ବେଳକୁ ଟ୍ରେନଟି ଷ୍ଟେସନ ଛାଡିବା ଆରମ୍ଭ କରିଥିଲା। କାଳ ବିଳମ୍ବ ନ କରି ଯାଦବ ଟ୍ରେନ ପଛରେ ଖୁବ୍ ଜୋରରେ ଦୌଡିଥିଲେ। ଗୋଟିଏ ହାତରେ ନିଜର ସର୍ଭିସ ରାଇଫଲ ଓ ଅନ୍ୟ ହାତରେ କ୍ଷୀର ପ୍ୟାକେଟ ଧରି ଯାଦବ ଦୌଡିବାର ଦୃଶ୍ୟ ବେଶ୍‌ ହୃଦୟବିଦାରକ ଥିଲା। ଶେଷରେ ଯାଦବ କ୍ଷୀର ପ୍ୟାକେଟ ମହିଳାଙ୍କୁ ଦେବାରେ ସମର୍ଥ ହୋଇଥିଲେ। ଘରେ ପହଞ୍ଚିବା ପରେ ମହିଳା ଜଣଙ୍କ କନଷ୍ଟେବଳ ଯାଦବଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ସେମାନଙ୍କ ଜୀବନର ବାସ୍ତବ ହିରୋ ବୋଲି ବର୍ଣ୍ଣନା କରିଥିଲେ। କେବଳ ସମ୍ପୃକ୍ତ ମହିଳା ନୁହେଁ ଅନେକ ଲୋକ ଟ୍ବିଟରରେ କନଷ୍ଟେବଳ ଯାଦବଙ୍କୁ ପ୍ରଶଂସା କରିଛନ୍ତି। ଏହା ଜଣେ କର୍ମଚାରୀଙ୍କ କର୍ତ୍ତବ୍ୟ ନିଷ୍ଠାର ବାସ୍ତବ ଉଦାହରଣ ବୋଲି ସମସ୍ତେ କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories