ମହାନ ସନ୍ଥ ଭୀମଭୋଇ

ପୂଜ୍ୟ ପ୍ରଣାମ

ଯୋଗଜନ୍ମା ମହାପୁରୁଷ, ମହାନ ସନ୍ଥ, ଅସାଧାରଣ ଧୀଶକ୍ତିସଂପନ୍ନ (ଜାତସ୍ମର) ପ୍ରତିଭୂ, ମହିମା ଅଲେଖ ଧର୍ମର ମହାନ ଉଦ୍‌ଗାତା, ସନ୍ଥକବି ଭୀମ ଭୋଇଙ୍କର ଆଜି ପବିତ୍ର ଜୟନ୍ତୀ। ୧୮୫୦ ମସିହା ପବିତ୍ର ବୈଶାଖ ପୂର୍ଣ୍ଣମାରେ ସଂପ୍ରତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିକଟସ୍ଥ ଜଟାସଂଘା ଗାଁ ମୁଣ୍ଡର ତାଳବଣିଆ ଭିତରେ ରହୁଥିବା ଏକ ଗରିବ କନ୍ଧ ପରିବାରରେ ତାଙ୍କର ଜନ୍ମ। ପିଲାଟି ଦିନରୁ ମା’ଙ୍କ ଦେହାନ୍ତ ଘଟିଥିଲା। ଆଜନ୍ମ ଦୃଷ୍ଟିହୀନ ଭୀମଭୋଇ ଏକାଧାରରେ ଜଣେ ସ୍ରଷ୍ଟ୍ରା ଓ ଦ୍ରଷ୍ଟା। ସମାଜ ହିତରେ ଆତ୍ମୋର୍ତ୍ସଗ ହିଁ ଥିଲା ତାଙ୍କ ବାଣୀ ଓ ବଚନ, ଆଚାର ଓ ବିଚାର। ଭୀମ ଭୋଇଙ୍କ ବିରଚିତ ସ୍ତୁତି ଚିନ୍ତାମଣି, ବୃହତ୍ ଭଜନମାଳା, ବ୍ରହ୍ମନିରୂପଣ ଗୀତା, ଆଦି ଅନ୍ତ ଗୀତା, ନି​ର୍ବେ‌ଦସାଧନ, ଶ୍ରୁତି ନିଷେଧଗୀତା, ବଙ୍ଗଳା ଆଠଭଜନ, ଚଉତିଶା ଗ୍ରନ୍ଥମାଳା, ବ୍ରାହ୍ମଚାଳକ, ପଦ୍ମକଳ୍ପ ଆଦି ଅନେକ କାବ୍ୟ କବିତା ଓ ଭଜନମାଳା ସାହିତ୍ୟର ବାଣୀଭଣ୍ଡାରକୁ ପରିପୂର୍ଣ୍ଣ କରିଛି। ତାଙ୍କ ଉଲ୍ଲିଖିତ- ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ’ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ର ବୈଶ୍ବିକ ନିର୍ଘୋଷ ମହାଚେତନାକୁ ମହାର୍ଘ କରିଛି। ଏହି ମହାମାନବଙ୍କ ମହାପ୍ରୟାଣ ୧୮୯୫ ମସିହା ଶିବ ଚର୍ତୁଦର୍ଶୀରେ ହୋଇଥିଲା।

Comments are closed.