ଭବାନୀପାଟଣା: ଜିଲ୍ଲାର ବିଭିନ୍ନ ସ୍ଥାନରେ ରବିବାର ବିକ୍ଷିପ୍ତ ବର୍ଷା ହୋଇଛି। ଫଳରେ ଜିଲ୍ଲାର ଅଧିକାଂଶ ବ୍ଲକରେ ଧାନ ତିନ୍ତିଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ପୂର୍ବ ସୂଚନା ଥିବାରୁ ଚାଷୀମାନେ ଜରି, ପାଲ ଆଦି ଢାଙ୍କି ଧାନକୁ ରଖିଥିଲେ। ତଥାପି ହଠାତ୍ ବର୍ଷା ଆସିବାରୁ ଅଧିକାଂଶ ସ୍ଥାନରେ ଧାନ ତିନ୍ତିଥିବା ଦେଖିବାକୁ ମିଳିଛି। ବିଶେଷକରି ରାତିରେ ବର୍ଷା ହେବାରୁ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଜିଲ୍ଲାରେ ସଂପ୍ରତି ପୂର୍ଣ୍ଣ ମାତ୍ରାରେ ମଣ୍ଡି ଆରମ୍ଭ ହେଉ ନ ଥିବାବେଳେ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ନେବାକୁ ଜିଲ୍ଲାର ଅନେକ ଅଞ୍ଚଳର ଚାଷୀ ପିଚୁ ରାସ୍ତା, ମୁଖ୍ୟ ସଡ଼କ ଉପରେ ଧାନ ଶୁଖାଇ ରଖୁଛନ୍ତି। କେତେକ ସ୍ଥାନରେ ଚାଷୀମାନେ ଖଳାରେ ମଧ୍ୟ ଧାନ ଶୁଖାଇଛନ୍ତି। ହେଲେ ହଠାତ୍ ରାତିରେ ପ୍ରବଳ ବର୍ଷା ହେବାରୁ ଧାନ ତିନ୍ତି ଯାଇଛି। ଫଳରେ ଚାଷୀ ହଇରାଣ ହୋଇଛନ୍ତି। ଆଜି ସକାଳୁ ଧାନକୁ ଶୁଖାଇବାକୁ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ବର୍ଷାରେ ଧାନ ତିନ୍ତିବା ଯୋଗୁଁଁ ଚାଷୀମାନେ ପୁଣି କଟନି ଛଟନିର ଶିକାର ହେବାର ଆଶଙ୍କା କରୁଛନ୍ତି।
Popular Categories



