www.samajalive.in
Thursday, December 11, 2025
15.1 C
Bhubaneswar

କନ୍ଧମାଳରେ ବନ୍ଦର ପ୍ରଭାବ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ ଆଜି ସମଗ୍ର ଭାରତ ବର୍ଷରେ ଚାଷି ଏବଂ ୧୮ଟି ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀରେ ଏହାର ବିଶେଷ ଭାବେ ପ୍ରଭାବ ପଡ଼ିଥିବା ଦେଖାଯାଇଛି। ପୂର୍ବ ଘୋଷଣା ପ୍ରକାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ବନ୍ଦ ଡ଼ାକରା ଯୋଗୁଁ ସହରର ସମସ୍ତ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ଓ ବ୍ୟାଙ୍କ୍‍, ପୋଷ୍ଟ ଅଫିସ୍‍ ଭଳି ସମସ୍ତ ଅନୁଷ୍ଠାନ ବନ୍ଦଥିବା ଦେଖାଯାଇଛି। କନ୍ଧମାଳ ଜିଲାରେ ନବ ନିର୍ମାଣ କୃଷକ ସଂଗଠନ ସମେତ କଂଗ୍ରେସ, ସିପିଆଇ ଓ ଅନ୍ୟ ସଂଗଠନ ଗୁଡ଼ିକ ଏଥିରେ ସାମିଲ୍‍ ହୋଇଥିଲେ। ବିଭିନ୍ନ ଛକ ମାନଙ୍କରେ ପିକେଟିଂ କରିବା ସହିତ ବାଇକରାଲି କରି ସହର ପରିକ୍ରମା କରିଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସହରର ବିିଭିନ୍ନ ସ୍ଥାନରେ ପୁଲିସ୍‍ ମୃତୟନ କରାଯାଇଥିଲା।

ନବ ନିର୍ମାଣ କୃଷକ ସଂଗଠନର ଜିଲା ସଂଯୋଜକ ଚାଣକ୍ୟ କହଁର, ଜିଲା ପ୍ରଭାରୀ ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ସଂଗଠନର ଉପଦେଷ୍ଟା ଓ ସଦସ୍ୟ ଅଶୋକ ପ୍ରଧାନ, ଜଳନ୍ଧର କହଁର, ଅଚ୍ୟୁତ ଜାନୀ, ଭାବିନ୍ଦ୍ର କହଁର, ଆନନ୍ଦ କହଁର, ସଂଜୟ ଜାନୀ, ରାଜୀବ କହଁର, ମହେନ୍ଦ୍ର କହଁର, ସଦାନନ୍ଦ କହଁର, ଭୁଲେଶ୍ୱର ଭୁକ୍ତା ପ୍ରମୁଖ ନେତୃତ୍ୱ ନେଇଥିଲେ। ସେହିଭଳି କଂଗ୍ରେସ ଦଳର ଜିଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଶ୍ରମିକ ନେତା ଘନ କୁମାର ଶବର, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢୀ, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର ଓ ବହୁ ଯୁବନେତା ଓ କର୍ମୀମାନେ ଏଥିରେ ସାମିଲ୍‍ ହୋଇଥିଲେ। ବନ୍ଦଯୋଗୁଁ ବସଷ୍ଟାଣ୍ଡରୁ ଗୋଟିଏ ମଧ୍ୟ ଯାନ ବାହାନ ଯାତାୟତ ହୋଇନଥିବା ବେଳେ ଗାଡ଼ି ମଟର ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦରହିଥିଲା।

- Advertisement -

ସେହିଭଳି ଜିଲାର ରାଇକିଆ, କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ, ଫିରିଙ୍ଗିଆ, ଖଜୁରିପଡ଼ା, ଚକାପାଦ, ଦାରିଙ୍ଗବାଡ଼ି ଭଳି ଜିଲାର ପ୍ରତ୍ୟେକ ବ୍ଳକରେ ଏହି ବନ୍ଦର ପ୍ରଭାବରେ ସମସ୍ତ ଦୋକାନ ବଜାର ସହିତ ବହୁ ଅନୁଷ୍ଠାନ ବନ୍ଦଥିଲେ ମଧ୍ୟ ରାଇକିଆରେ ବନ୍ଦର କୌଣସି ପ୍ରକାର ପ୍ରଭାବ ପଡ଼ିନଥିବା ଦେଖାଯାଇଛି। ସରକାରଙ୍କ ଘୋଷଣା ପ୍ରକାରେ କେବଳ ସରକାରୀ କାର୍ଯ୍ୟଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର ଖୋଲାଥିବା ଦେଖାଯାଇଚି। ୨ ଚକିଆ ଓ ୪ ଚକିଆ ଯାନ ଚଳାଚଳ ସ୍ୱାଭାବିକ ଥିଲା କେବଳ ବାହୁରୁ ଆସୁଥିବା ଯାନ ବାହାନ ଆସିପାରି ନ ଥିଲା। କୌଣସି ସଂଗଠନ କିମ୍ବା ରାଜନୈତିକ ଦଳ ପକ୍ଷରୁ ପିକେଟିଂ କିମ୍ବା ବନ୍ଦ କରାଯାଇନଥିବାର ଦେଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories