www.samajalive.in
Monday, December 8, 2025
13.1 C
Bhubaneswar

ଧାନ ଅମଳରେ ଚାପି​‌ ହୋଇ ଶ୍ରମିକ ମୃତ

ଭଞ୍ଜନଗର : ଭଞ୍ଜନଗର ପୁଲିସ ଉପଖଣ୍ଡର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିର।ବ।ଡି ଗ୍ରାମର ବୁଲୁ ପାତ୍ର ନାମକ ଜଣେ ଶ୍ରମିକ(୩୫) ଧାନ ଅମଳ କରୁଥିବା ସମୟରେ ଧାନ ମେସିନରେ ଛନ୍ଦି ହୋଇଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମଙ୍ଗଳବାର ବୁଲୁ ଧାନ କଲେଇ ହାତରେ ଧରି ମେସିନ ଭିତରେ ଭର୍ତ୍ତି କରିବା ବେଳେ ମେସନର ପ୍ରେସର୍ ଯନ୍ତ୍ର ଭିତରକୁ ଦୁଇ ହାତ ଶହ ସମ୍ପୂର୍ଣ୍ଣ ଶରୀରଟ। ଗଳି ଯାଇଥିଲା । ମେସିନ ଭିତରେ ବୁଲୁର ଶରୀର ଚାପି ହୋଇ ଅତ୍ୟନ୍ତ ଦୟନୀୟ ଭାବେ ମୃତ୍ୟ ଘଟିଥିଲା । ଏପରି ଭୟାନକ ଦୃଶ୍ୟକୁ କିଛି ମହିଳା ନିକଟରେ ଠିଆ ହୋଇଦେଖିଥିବାବେଳେ ମେସିନରୁ ବୁଲୁକୁ  ଉଦ୍ଧାର କରି ବଂଚ।ଇ ପାରିନଥିଲେ। ବୁଲୁ ଆର୍ତ୍ତ ଚିକ୍ତାର ଛାଡ଼ି ଯନ୍ତ୍ର ଭିତରେ ଚାପି ହୋଇ ଯିବାରୁ ସେଠାରୁ ବାହାରି ନ ପାରି ମୃତ୍ୟୁ ଘଟିଥିଲା।

- Advertisement -

ଗ୍ରାମର ଯଇନିକ ଧାନ ଅମଳ ଯନ୍ତ୍ର ରଖିଥିବା ମାଲିକଙ୍କ ଖଳାରେ ବୁଲୁ ଶ୍ରମିକ ଭାବେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣା ନେଇ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ବହୁ କଷ୍ଟରେ ଗ୍ରାମବାସୀ ଧାନ ଅମଳ ଯନ୍ତ୍ରକୁ ଖୋଲି ମୃତ ଶରୀରକୁ ଉଦ୍ଧାର କରିଥିଲେ ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories