www.samajalive.in
Monday, December 8, 2025
27.1 C
Bhubaneswar

ମଡେଲ ଡିଗ୍ରୀ କଲେଜରେ ଯୁବ ଓଡିଶା-ନବୀନ ଓଡିଶାର ଉଦଘାଟନ

ନବରଙ୍ଗପୁର: ନବରଙ୍ଗପୁରର ଟିର୍ଲିଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ  ଦିବାକର ପୂଜାରୀ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ  ବିନୋଦ ବିହାରୀ ବେହେରାଙ୍କ ସଭ।ପତିତ୍ବରେ ରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବରେ କ୍ରୀଡ଼ା,ସଂସ୍କୃତି ଓ ସାମାଜିକ  କମିଟିର ନୋଡାଲ ଅଫିସର୍ ମାନେ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ଙ୍କୁ ଅଧିକ ସଂଖ୍ୟକରେ ସମସ୍ତ ପ୍ରତିଯୋଗୀତାରେ ସାମିଲ ହୋଇ ନିଜର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ଵାନ ଦେଇଥିଲେ।ଆଜି ସାମାଜିକ କାର୍ଯ୍ୟକ୍ରମରେ ସକାଳୁ ପିଲାମାନଙ୍କୁ ଯୋଗ ଅଭ୍ୟାସ କରିଥିଲେ ଯୋଗ ପ୍ରଶିକ୍ଷକ ଶାନ୍ତନୁ କୁମାର ପାତ୍ର ।
ଏହାପରେ ନିକଟସ୍ଥ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ବିପତ୍ତିରୁ ବଞ୍ଚିହେବ ସେମାନେ ଦେଖେଇଥିଲେ। ଠିକ୍ ସେହିଭଳି ସାନମସିଗାଁ ସ୍ୱାସ୍ଥ୍ୟ କର୍ମୀ ସାମିଲ ହୋଇ ପିଲାମାନଙ୍କୁ ଫ।ର୍ଷ୍ଟଏଡ୍ ର  ଟ୍ରେନିଂ ବିଷୟରେ ଅବଗତ କରିଥିଲେ।କ୍ରୀଡ଼ା ବିଭାଗରେ ଆଜି କ୍ରିକେଟ, ଭଲିବଲ ଆଦିର ଆୟୋଜନ ହୋଇଥିଲା।
ସେହିଭଳି ଭାବେ ସଂସ୍କୃତି ପ୍ରତିଯୋଗୀତା ରେ ଆଜି ଏକକ ଗୀତ ଓ ନାଚ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟର ଅଧିକାଂଶ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତା ରେ ସାମିଲ ହୋଇ ନିଜର କଳା ର ପ୍ରଦର୍ଶନ କରିଥିଲେ। ଫୋଟ ଯାଇଛି । ବାଙ୍କ ଵିହାରୀ ବିଷୋୟୀ

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories